ନୂଆଦିଲ୍ଲୀ : ପାକିସ୍ତାନ ସୁପର ଲିଗ୍ ୨୦୨୬ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଖେଳାଳିମାନେ ନିଜର ଅଭ୍ୟାସରେ ବ୍ୟସ୍ତ ରହିଛନ୍ତି । ଏହା ପୂର୍ବରୁ ବିଦେଶୀ ଖେଳାଳିଙ୍କୁ ମିଳିଛି ଧମକ । ଟିଟିପି ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ବିଦେଶୀ ଖେଳାଳିଙ୍କୁ ଧମକ ଦେଇଛନ୍ତି । ପିଏସଏଲରେ ଖେଳିବାକୁ ଆସୁଥିବା ଖେଳାଳିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଯାହାକୁ ନେଇ ଏବେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଯଦି କୌଣସି ବିଦେଶୀ ଖେଳାଳିଙ୍କ କୌଣସି ଅସୁବିଧା ହୁଏ ତାହେଲେ ପିଏଓଏସ ଦାୟୀ ରହିବ ବୋଲି କହିଛନ୍ତି । ଏହି ଧମକଟି ଏବେ ସୋସିଆଲ ମିଡିଆବେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ଧମକ ମଧ୍ୟରେ ଦୁଇଜଣ ଷ୍ଟାର ଖେଳାଳି ଚଳିତବର୍ଷ ପିଏସଏଲରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଅଷ୍ଟ୍ରେଲିଆର ବହୁ ଖେଳାଳି ପିଏସଏଲ ଖେଳିବା ପାଇଁ ଯାଉଛନ୍ତି । ସ୍ମିଥ୍ ଏବଂ ଓ୍ବାର୍ଣ୍ଣର ଚଳିତ ପିଏସରେ ଭାଗ ନେଉଛନ୍ତି । ସେପଟେ ଆଦାମ ଝାମ୍ପା, ଡେଭନ କନଓ୍ବେଙ୍କ ଭଳି ଖେଳାଳିମାନେ ମଧ୍ୟ ପାକିସ୍ତାନରେ ପହଞ୍ଚି ସାରିଲେଣି ।
ସେପଟେ ପିଏସଏଲ ଆରମ୍ଭ ହେବା ପୂର୍ବରୁ ମହସିନ୍ ନକଭି ଏକ ପ୍ରେସମିଟ କରି ସୁରକ୍ଷା ସମ୍ପର୍କରେ ପ୍ରକାଶ କରିସାରିଛନ୍ତି । ସେ କହିଛନ୍ତି କି, ଚଳିତ ସିଜିନରେ ବିନା ଦର୍ଶକରେ ମ୍ୟାଚ ଖେଳାଯିବ । ଏହାସହ କୌରସି ଉଦଘାଟନୀ ସମାରୋହ ମଧ୍ୟ ଅନୁଷ୍ଠିତ ହେବନାହିଁ । ସେପଟେ ୬ଟି ସହର ବଦଳରେ କେବଳ ୨ଟି ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ । ସମସ୍ତ ୪୪ ଲିଗ୍ ମ୍ୟାଚ ଲାହୋର ଏବଂ କରାଚୀରେ ଅନୁଷ୍ଠିତ ହେବ ।
ଏହାସହ ପଢ଼ନ୍ତୁ : ଶିକ୍ଷକ ପ୍ରେମିକ ପାଇଁ ଚାଷୀ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ