ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

୨୦୨୭ ଦିନିକିଆ ବିଶ୍ୱକପ୍‌; ଦ.ଆଫ୍ରିକାର ୮ ସହର ଆୟୋଜନ କରିବେ ୪୪ ମ୍ୟାଚ୍, ଜିମ୍ବାୱେ, ନାମିବିୟାକୁ ୧୦ ମ୍ୟାଚ୍

Published By : Manoj | August 22, 2025 10:20 AM

ଦୁବାଇ,୨୨/୦୮: ଆଗାମୀ ଆଇସିସି ଦିନିକିଆ ବିଶ୍ୱକପ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଯାଇଛି । ୨୦୨୭ ସଂସ୍କରଣକୁ  ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିୟା ମିଳିତ ଭାବେ ଆୟୋଜନ କରିବେ । ଇତି ମଧ୍ୟରେ ଆୟୋଜକ ଦେଶମାନଙ୍କ ମଧ୍ୟରେ ମ୍ୟାଚ୍‌ ଭାଗ କରାଯାଇଛି । ଦକ୍ଷିଣ ଆଫ୍ରିକା ମୋଟ୍‌ ୪୪ଟି  ମ୍ୟାଚ, ଜିମ୍ବାୱେ ଓ ନାମିବିୟା ବାକି ୧୦ଟି  ମ୍ୟାଚ୍‌ ଆୟୋଜନ କରିବେ । ଆଇସିସି ପକ୍ଷରୁ ମ୍ୟାଚ୍‌ ଓ ଭେନ୍ୟୁ ବିଷୟରେ କୌଣସି ଘୋଷଣା  କରାଯାଇ ନାହିଁ । ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏକ ଘରୋଇ ଆୟୋଜନ କମିଟି  ଗଠନ କରାଯାଇ ମ୍ୟାଚ୍‌ ଭେନ୍ୟୁ ବିଷୟରେ ଘୋଷଣା କରାଯାଇଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅର୍ଥମନ୍ତ୍ରୀ ଟ୍ରେଭର ମାନୁଏଲଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । 

ସୂଚନାଯୋଗ୍ୟ, ଆଗାମୀ ଦିନିକିଆ  ବିଶ୍ୱକପ୍‌ରେ ୧୪ଟି ଦେଶ ଭାଗ ନେବେ ଓ  ମୋଟ୍‌ ୫୪ଟି ମ୍ୟାଚ୍‌ ଖେଳାଯିବ । ଦକ୍ଷିଣ  ଆଫ୍ରିକା ଆୟୋଜନ କରୁଥିବା ୪୪ଟି ମ୍ୟାଚ୍‌ ପାଇଁ  ମୋଟ୍‌ ୮ଟି ଭେନ୍ୟୁ ଯଥା: ଜୋହାନେସବର୍ଗ,  ପ୍ରିଟୋରିୟା, କେପ ଟାଉନ, ଡର୍ବାନ, ବ୍ଲୋଏମ୍ଫଟନ, ଇଷ୍ଟ ଲଣ୍ଡନ, ପାର୍ଲ ଓ ଗେବର୍ହା  ଚୂଡ଼ାନ୍ତ କରାଯାଇଛି । ଦକ୍ଷିଣ ଆଫ୍ରିକା ପୂର୍ବରୁ  ଜିମ୍ବାୱେ ଓ କେନିଆ ସହ ମିଶି ୨୦୦୩ ଦିନିକିଆ  ବିଶ୍ୱକପ୍‌ ଆୟୋଜନ କରିଥିଲା । ଏଥିସହ  ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨୦୦୯ରେ  ଚାମ୍ପିଅନ୍ସ ଟ୍ରଫି, ୨୦୦୫ରେ ମହିଳା ଦିନିକିଆ  ବିଶ୍ୱକପ ଓ ୨୦୨୩ରେ ମହିଳା ଟି-ଟ୍ୱେଣ୍ଟି  ବିଶ୍ୱକପ୍‌କୁ ଏକକ ଭାବେ ଆୟୋଜନ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.