କୋଲକାତା,୧୪/୧୧; ଦୀର୍ଘ ୬ ବର୍ଷ ପରେ ଐତିହାସିକ ଇଡେନ ଗାର୍ଡେନ୍ସକୁ ଫେରିଛି ଟେଷ୍ଟ କ୍ରିକେଟ୍ । ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଅତିଥି ଦକ୍ଷିଣ ଆଫ୍ରିକା । ଭାରତ ପ୍ରଥମେ ବୋଲିଂ କରୁଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆହତ ରିଷବ ପନ୍ତ ଅଧିନାୟକ ହିସାବରେ କମବ୍ୟାକ କରିଛନ୍ତି । ସାଇ ସୁଦର୍ଶନ ଓ ନୀତିଶ କୁମାରଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳିନାହିଁ । ଯାହା ଆକଳନ କରାଯାଉଥିଲା ସାଇ ଓ ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ଏକାଦଶରେ ସ୍ଥାନ ମିଳିଛି ।

ଟସ୍ ସହିତ ଦୁଇ ଦଳର ଚୂଡନ୍ତ ଏକାଦଶ ଉପରେ ବି ସମସ୍ତଙ୍କ ନଜର ରହିଥିଲା । ଭାରତ ପ୍ଲେଇଙ୍ଗ ଇଲେଭେନରେ ରିଷବ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆହତ ହେବା ପରେ ୱେଷ୍ଟଇଣ୍ଡିଜ ଟେଷ୍ଟ ମିସ୍ କରିଥିଲେ ଭାଇସ୍ କ୍ୟାପ୍ଟେନ ରିଷବ ପନ୍ତ । ସେହିପରି ଇଣ୍ଡିଜ ବପିକ୍ଷରେ ଦମଦାର ପାଳି ଖେଳିଥିବା ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ସାଇ ସୁଦର୍ଶନଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ  ସ୍ଥାନ ମିଳିଛି । ନୀତିଶ କୁମାର ରେଡ୍ଡୀଙ୍କୁ ମଧ୍ୟ ବାଦ ଦିଆଯାଇଛି ।  ୱାଶିଂଟନ ସୁନ୍ଦର ତୃତୀୟ ନମ୍ବରରେ ବ୍ୟାଟିଂ କରିବେ । ଦ୍ରୁତ ବୋଲର ଆକାଶ ଦୀପ ଓ ବ୍ୟାଟର ଦେବଦତ୍ତ ପାଡକଲ ବି ପ୍ରଥମ ଟେଷ୍ଟରୁ ବାଦ ରହିଛନ୍ତି ।

ଭାରତ ୪ ବ୍ୟାଟର, ଜଣେ ୱିକେଟରକିପର, ୩ ସ୍ପିନ ବୋଲିଂ ଅଲରାଉଣ୍ଡର ଜଣେ ସ୍ପିନର ଓ ଦୁଇ ବୋଲରଙ୍କ ସହ ମୈଦାନକୁ ଓହ୍ଲାଇଛି । ସେହିପରି ସାଉଥ ଆଫ୍ରିକା ଆହତ କାସିଗୋ ରାବାଡ଼ା ମ୍ୟାଚ ଖେଳୁ ନାହାନ୍ତି । ୫ ବ୍ୟାଟର, ୪ ଅଲାରାଉଣ୍ଡର ଓ ଦୁଇ ସ୍ପେସାଲ ସ୍ପିନରଙ୍କୁ  ନେଇ ଖେଳୁଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଗୋଟିଏ ୱିକେଟ ହରାଇ ୫୭ ରନ୍ କରିଛି ଅତିଥି ଦକ୍ଷିଣ ଆଫ୍ରିକା । ୨୬ରନ୍ କରି କ୍ରିଜରେ ଅଛନ୍ତି ଆଡେନ୍ ମାକ୍ରନ । ରିୟାନ ରିକେଲ୍ଟନ ୨୩ ରନ୍ କରି ବୁମରାଙ୍କ ବଲରେ ପାଭିଲିୟନ ଫେରିଛନ୍ତି ।
​​​​​​​

 

ଭାରତ ଚୂଡାନ୍ତ ଏକାଦଶ- କେଏଲ ରାହୁଲ, ଜଶସ୍ୱୀ ଜୈସ୍ୱାଲ, ୱାସିଂଟନ ସୁନ୍ଦର, ଶୁବମନ ଗିଲ, ରିଷବ ପନ୍ତ, ରବିନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ଦ.ଆଫ୍ରିକା ଚୂଡାନ୍ତ ଏକାଦଶ- ଆଡ଼େନ୍ ମାରକ୍ରମ, ରିୟାନ ରିକେଲ୍ଟନ, ବିୟାନ ମୁଲ୍ଡର, ତେମ୍ବା ବଭୁମା (ଅଧିନାୟକ) , ଟୋନୀ ଡି ଜୋରଜି, ଟ୍ରିଷ୍ଟେନ ଷ୍ଟାସ, କାଇଲ ବେରେନ, ସାଇମନ ହାର୍ମର, ମାର୍କୋ ଜାନସନ, କାର୍ବିନ ବାଶ ଏବଂ କେଶବ ମହାରାଜ ।
 
​​​​​​​