ନୂଆଦିଲ୍ଲୀ ୦୧/୦୧: ୨୦୨୪ରେ କ୍ରୀଡ଼ା କ୍ୟାଲେଣ୍ଡର ବେଶ୍ ମଜାଦାର ରହିଥିଲା । ପ୍ୟାରିସ୍ ଅଲିମ୍ପିକ୍ସ, ୟୁରୋ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ଭଳି ବହୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୨୦୨୫ ମଧ୍ୟ ପଛରେ ନାହିଁ । ଆସନ୍ତା ବର୍ଷ ମଧ୍ୟ ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି, ମହିଳା ଦିନିକିଆ ବିଶ୍ୱକପ୍, ଆସେସ, ବିଶ୍ୱ ଆଥଲେଟିକ ଚାମ୍ପିଅନସିପ୍ ଭଳି ମେଗା ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଖେଳାଯିବ ।
ଭାରତୀୟଙ୍କ ପାଇଁ ଆସନ୍ତା ବର୍ଷ ବେଶ ମନୋରଞ୍ଜନ ଯୋଗାଇବ । ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ବର୍ଷ ୧୮ଟି ଟି-ଟ୍ୱେଣ୍ଟି, ୧୦ଟି ଟେଷ୍ଟ ଓ ୧୨ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସବୁ ମ୍ୟାଚ୍ କେବଳ ଦ୍ୱିପାକ୍ଷିକ ସିରିଜ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍କୁ ନେଇ ଭାରତୀୟ କ୍ରିକେଟ ପ୍ରେମୀ ବେଶ ଉତ୍ସାହିତ ରହିଛନ୍ତି ।
ଆସନ୍ତା ବର୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ । ଏହାପରେ ଦଳ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୨୨ ତାରିଖରୁ ଇଂଲଣ୍ଡର ଏହି ଭାରତ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏହାପରେ ଭାରତ ସିଧା ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଯାତ୍ରା କରିବ । ଜୁନ୍ରୁ ଅଗଷ୍ଟ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ରହିଛି । ଏହି ଗସ୍ତରେ ଭାରତ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜ ଜରିଆରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଚତୁର୍ଥ ସଂସ୍କରଣ ଅଭିଯାନ ଆରମ୍ଭ ହେବ ।
ଅଗଷ୍ଟରେ ଭାରତୀୟ ଦଳ ବାଂଲାଦେଶ ଯାତ୍ରା କରି ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ ଖେଳିବ । ଅକ୍ଟୋବରରେ ଏହି ସିରିଜ ଖେଳାଯିବ । ଅକ୍ଟୋବର/ନଭେମ୍ବରରେ ଏସିଆ କପ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ରହିଛି ।
ନଭେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାତ୍ରା କରି ୩ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ଖେଳିବ । ଏହାପରେ ନଭେମ୍ବର/ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି ।
ଜାନୁଆରୀ
ଡିମେମ୍ବର ୨୮ରୁ ଫେବ୍ରୁଆରୀ ୧: ହକି ଇଣ୍ଡିଆ ଲିଗ୍(ପୁରୁଷ)
ଜାନୁଆରୀ ୧୨ରୁ ୨୬: ମହିଳା ହକି ଇଣ୍ଡିଆ ଲିଗ୍
ଜାନୁଆରୀ ୧୨ରୁ ୨୬: ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ୍
ଜାନୁଆରୀ ୧୩ରୁ ୧୯: ଖୋଖୋ ବିଶ୍ୱକପ୍
ଜାନୁଆରୀ ୧୪ରୁ ୧୯: ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ
ଜାନୁଆରୀ ୧୮ରୁ ଫେବ୍ରୁଆରୀ ୨: ୧୯ବର୍ଷରୁ କମ୍ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍
ଫେବ୍ରୁଆରୀ
ଫେବ୍ରୁଆରୀ ୭ରୁ ୧୨: ଏସୀୟ ଶୀତ କାଳୀନ କ୍ରୀଡ଼ା ପ୍ରତିଯୋଗିତା
ଫେବ୍ରୁଆରୀ ୧୫ରୁ ଜୁନ ୨୨: ଏଫଆଇଏଚ ହକି ପ୍ରୋ ଲିଗ୍(ପୁରୁଷ)
ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯: ଆଇସିସି ଚାମ୍ପିଅନ୍ସ ଟ୍ରଫି
ମାର୍ଚ୍ଚ
ମାର୍ଚ୍ଚ ୧ରୁ ୧୨: ୧୫ତମ ସିନିୟର ମହିଳା ହକି ଚାମ୍ପିଅନସିପ୍
ମାର୍ଚ୍ଚ ୧୦ରୁ ମେ ୧୧: ୱାର୍ଲ୍ଡ ଆଥ୍ଲେଟିକ୍ସ ରିଲେ(ଚୀନ୍ ଆୟୋଜକ)
ମାର୍ଚ୍ଚ ୧୧ରୁ ୧୬: ଅଲ୍ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ
ମାର୍ଚ୍ଚ ୧୪ରୁ ମେ ୨୫: ଆଇପିଏଲ୍
ମାର୍ଚ୍ଚ ୧୪ରୁ ୧୬: ଫର୍ମୁଲା ୱାନ୍(ଅଷ୍ଟ୍ରେଲିଆନ ଗ୍ରାଁପ୍ରି)
ମାର୍ଚ୍ଚ ୧୬: ଇଂଲିଶ ଲିଗ୍ କପ୍ ଫାଇନାଲ୍(ଫୁଟବଲ୍)
ମାର୍ଚ୍ଚ ୨୧ରୁ ୨୩: ଫର୍ମୁଲା ୱାନ୍(ଚାଇନିଜ ଗ୍ରାଁପ୍ରି)
ଏପ୍ରିଲ୍
ଏପ୍ରିଲ୍ ୪ରୁ ୬: ଫର୍ମୁଲା ୱାନ୍(ଜାପାନିଜ ଗ୍ରାଁପ୍ରି)
ଏପ୍ରିଲ ୪ରୁ ୧୫: ୧୫ତମ ହକି ଇଣ୍ଡିଆ ସିନିୟର ଚାମ୍ପିଅନସିପ୍(ପୁରୁଷ)
ଏପ୍ରିଲ ୭ରୁ ୧୩: ମାଷ୍ଟର୍ସ ଗଲ
ଏପ୍ରିଲ୍ ୧୧ରୁ ୧୩: ବାହାରିନ ଗ୍ରାଁପ୍ର(ଫର୍ମୁଲା ୱାନ)
ଏପ୍ରିଲ ୧୮ରୁ ୨୦: ସାଉଦି ଆରବିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ)
ଏପ୍ରିଲ ୧୯ରୁ ମେ ୯: ବିଶ୍ୱ ସ୍ନୁକର ଚାମ୍ପିଅନସିପ
ଏପ୍ରିଲ୍ ୨୭: ଲଣ୍ଡନ ମାରାଥନ(ଆଥଲେଟିକ୍ସ)
ମେ
ମେ ୨ରୁ ୪: ମାୟାମୀ ଗ୍ରାଁପ୍ରି(ଫର୍ମୁଲା ୱାନ)
ମେ ୧୫ରୁ ୧୮: ପିଜିଏ ଚାମ୍ପିଅନସିପ୍ ଗଲ୍ଫ
ମେ ୧୬ରୁ ୧୮: ଇମୋଲା ଗ୍ରାଁପ୍ରି(ଫର୍ମୁଲା ୱାନ୍)
ମେ ୧୭ରୁ ୨୫: ବିଶ୍ୱ ଟିଟି ଚାମ୍ପିଅନସିପ
ମେ ୨୧: ୟୁରୋପା ଲିଗ୍ ଫାଇନାଲ୍(ଫୁଟବଲ୍)
ମେ ୨୩ରୁ ୨୫: ମୋନାକୋ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ମେ ୨୪: ଜର୍ମାନ କପ୍ ଫାଇନାଲ୍, ଫ୍ରେଞ୍ଚ କପ୍ ଫାଇନାଲ୍,
ମହିଳା ଚାମ୍ପିଅନ୍ସ ଲିଗ୍ ଫାଇନାଲ(ଫୁଟବଲ୍)
ମେ ୨୫ରୁ ଜୁନ ୭: ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍
ମେ ୨୭ରୁ ୩୧: ଏସୀୟ ଆଥ୍ଲେଟିକ୍ସ ଚାମ୍ପିଅନସିପ
ମେ ୨୮: ୟୁରୋପା କନଫରେନ୍ସ ଲିଗ୍ ଫାଇନାଲ୍(ଫୁଟବଲ୍)
୩୦ମେରୁ ୧ଜୁନ: ସ୍ପାନିଶ ଗ୍ରାଁପ୍ରି(ଫର୍ମୁଲା ୱାନ)
୩୧ମେ: ଚାମ୍ପିଅନ୍ସ ଲିଗ୍ ଫାଇନାଲ୍(ଫୁଟବଲ୍)
ଜୁନ୍
ଜୁନ୍ ୪ରୁ ୮: ୟୁଇଏଫ୍ଏ ନେସନ୍ସ ଲିଗ୍(ଫୁଟବଲ୍)
ଜୁନ ୫ରୁ ୨୨: ଏନ୍ବିଏ ଫାଇନାଲ୍ସ(ବାସ୍କେଟବଲ୍)
ଜୁନ ୧୧ରୁ ୧୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍(ଲର୍ଡ୍ସ)
ଜୁନ ୧୨ରୁ ୧୫: ୟୁଏସ ଓପନ ଗଲ
ଜୁନ ୧୩ରୁ ୧୫: କାନାଡ଼ା ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଜୁନ ୧୪ରୁ ଜୁଲାଇ ୧୩: ଫିଫା କ୍ଲବ୍ ବିଶ୍ୱକପ୍
ଜୁନ୍ ୧୪ରୁ ଜୁଲାଇ ୬: କନକାଫ ଗୋଲ୍ଡ କପ୍(ଫୁଟବଲ୍)
ଜୁନ ୨୦ରୁ ଅଗଷ୍ଟ ୪: ଇଂଲଣ୍ଡ-ଭାରତ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ
ଜୁନ୍ ୨୭ରୁ ୨୯: ଅଷ୍ଟ୍ରିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଜୁନ୍ ୩୦ରୁ ଜୁଲାଇ ୧୩: ୱିମ୍ବଲଡନ
ଜୁଲାଇ
ଜୁଲାଇ ୨ରୁ ୨୭: ୟୁଇଏଫ୍ଏ ମହିଳା ୟୁରୋ(ଫୁଟବଲ୍)
ଜୁଲାଇ ୪ରୁ ୬: ବ୍ରିଟିଶ ଗ୍ରାଁପ୍ରି (ଫର୍ମୁଲା ୱାନ୍)
ଜୁଲାଇ ୫ରୁ ୨୬: ମହିଳା ଆଫ୍ରିକା କପ୍ ଫୁଟବଲ୍
ଜୁଲାଇ ୫ରୁ ୨୯: ଫିଡେ ମହିଳା ବିଶ୍ୱକପ୍ (ଚେସ)
ଜୁଲାଇ ୧୧ରୁ ଅଗଷ୍ଟ ୩: ବିଶ୍ୱ ଆକ୍ୱାଟିକ୍ସ
ଜୁଲାଇ ୧୨ରୁ ଅଗଷ୍ଟ ୨: କୋପା ଆମେରିକା କପ୍(ଫୁଟବଲ)
ଜୁଲାଇ ୨୫ରୁ ୨୭: ବେଲଜିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ)
ଅଗଷ୍ଟ
ଅଗଷ୍ଟ ୧ରୁ୩: ହଙ୍ଗେରିଆନ ଗ୍ରାଁପ୍ରି(ଫର୍ମୁଲା ୱାନ)
ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍(ଭାରତ)
ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୭: ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍
ଅଗଷ୍ଟ ୨୫ରୁ ୩୧: ବିଶ୍ୱ ଚାମ୍ପିଅନସିପ୍ ବ୍ୟାଡମିଣ୍ଟନ
ଅଗଷ୍ଟ ୨୭ ଓ ୨୮: ଡାଏମଣ୍ଡ ଲିଗ୍ ଫାଇନାଲ୍
ଅଗଷ୍ଟ ୨୯ରୁ ୩୧: ଡଚ୍ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ସେପ୍ଟେମ୍ବର
ସେପ୍ଟେମ୍ବର ୫ରୁ ୧୨: ବିଶ୍ୱ ଆର୍ଚେରୀ ଚାମ୍ପିଅନସିପ୍
ସେପ୍ଟେମ୍ବର ୫ରୁ ୭: ଇଟାଲିଆନ୍ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ସେପ୍ଟେମ୍ବର ୧୩ରୁ ୨୧: ବିଶ୍ୱ ଆଥ୍ଲେଟିକ ଚାମ୍ପିଅନସିପ୍
ସେପ୍ଟେମ୍ବର ୧୩ରୁ ୨୧: ବିଶ୍ୱ ରେସଲିଂ ଚାମ୍ପିଅନସିପ
ସେପ୍ଟେମ୍ବର ୧୯ରୁ ୨୧: ଆଜରବାଇଜନ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ସେପ୍ଟେମ୍ବର ୨୫ରୁ ୨୮: ରାଇଡର କପ୍ ଗଲ୍ଫ
ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୯: ୨୦ବର୍ଷରୁ କପ୍ ଫିଫା ବିଶ୍ୱକପ
ଅକ୍ଟୋବର
ଅକ୍ଟୋବର ୧ରୁ ୧୦: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ୍
ଅକ୍ଟୋବର ୩ରୁ ୫: ସିଙ୍ଗାପୁର ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଅକ୍ଟୋବର ୧୭ରୁ ୧୯: ୟୁଏସ ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଅକ୍ଟୋବର ୧୯ରୁ ୨୫: ବିଶ୍ୱ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍
ଅକ୍ଟୋବର ୨୪ରୁ ୨୬: ମେକ୍ସିକୋ ଗ୍ରାଁପ୍ରି
ନଭେମ୍ବର
ନଭେମ୍ବର ୬ରୁ ୧୬: ବିଶ୍ୱ ରାଇଫଲ/ପିସ୍ତଲ ଚାମ୍ପିଅନସିପ୍
ନଭେମ୍ବର ୭ରୁ ୯: ବ୍ରାଜିଲିଆନ ଗ୍ରାଁପ୍ରି
ନଭେମ୍ବର ୨୦ରୁ ୨୨: ଲାସ ଭେଗାସ ଗ୍ରାଁପ୍ରି
ନଭେମ୍ବର ୨୫ରୁ ୩୦: ସୟଦ ମୋଦି ବ୍ୟାଡମିଣ୍ଟନ
ନଭେମ୍ବର ୨୮ରୁ ୩୦: କତାର ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଡିସେମ୍ବର
ଡିସେମ୍ବର ୫ରୁ ୭: ଆବୁଧରବି ଗ୍ରାଁପ୍ରି(ଫର୍ମୁଲା ୱାନ୍)
ଡିସେମ୍ବର ୧୦ରୁ ୧୪: ବିଡବ୍ଲ୍ୟୁଏଫ୍ ବିଶ୍ୱ ଟୁର ଫାଇନାଲ