ଆଠଗଡ଼, ୧୪/୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଲେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଧବଳେଶ୍ଵରଙ୍କ ମସ୍ତକରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ। ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ।
ଧାର୍ମିକ ବିଶ୍ୱାସ ରହିଛି ଶ୍ରାବଣ ମାସର ସୋମବାରରେ ବାବା ଧବଳେଶ୍ବରଙ୍କ ମସ୍ତକରେ ଜଳଲାଗି କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଏହି ପବିତ୍ର ପୀଠକୁ। ପୂଜକ ସମିତି ପକ୍ଷରୁ ରାତ୍ର ୪ଟାରେ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ବାବାଙ୍କୁ ସ୍ନାନ କରି ମଙ୍ଗଳାଆଳତୀ ପରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଥିଲା । ପରେ ଶ୍ରଦ୍ଧାଳୁ ମାନେ ଜଳଲାଗି କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ କଂକ୍ରିଟ ପୋଲ ଠାରୁ ମନ୍ଦିର ବେଢ଼ା ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇ ଭକ୍ତ ମାନଙ୍କୁ ସୁବିଧାରେ ଦର୍ଶନ କରିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି।