ହାଇଦ୍ରାବାଦ,୦୬/୦୫: ଆଇପିଏଲ୍ ୨୦୨୬ର ୪୯ତମ ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଓ ସନାରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ପଞ୍ଜାବ କିଙ୍ଗସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ୟାଟ୍ କମିନ୍ସଙ୍କ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ଶ୍ରେୟସ ଆୟର ତାଙ୍କ ଦଳରେ ଦୁଇଟି ପରିବର୍ତ୍ତନ କରିଛନ୍ତି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ମଧ୍ୟ ସନରାଇଜର୍ସ ହାଇଦ୍ରାବାଦକୁ ଫେରିଛନ୍ତି। ଏହି ଗ୍ରାଉଣ୍ଡରେ ଯେକୌଣସି ଟାର୍ଗେଟକୁ ପିଛା କରାଯାଇପାରିବ। ପଞ୍ଜାବ କିଙ୍ଗସ୍ ପ୍ରିୟାଂଶ ଆର୍ଯ୍ୟଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିନାହିଁ। ତଥାପି, ସେ ଜଣେ ଇମ୍ପାକ୍ଟ ପ୍ଳେୟର ଭାବରେ ଖେଳିପାରିବେ।
ଟସ୍ ପରେ, ପଞ୍ଜାବ କିଙ୍ଗସ୍ ଅଧିନାୟକ ଶ୍ରେୟସ ଆୟର କହିଥିଲେ, "ଆମେ ପ୍ରଥମେ ବୋଲିଂ କରିବୁ। ଆମର ଗତ କିଛି ପରାଜୟରୁ ଆମେ ବହୁତ କିଛି ଶିଖିଛୁ। ଏପର୍ଯ୍ୟନ୍ତ ଯାତ୍ରା ବିଷୟରେ କୌଣସି ଅଭିଯୋଗ ନାହିଁ। ସମସ୍ତ ଖେଳାଳି ବୃତ୍ତିଗତ। ସନରାଇଜର୍ସ ହାଇଦ୍ରାବାଦ ଗତ ମ୍ୟାଚ୍ରେ ଟାର୍ଗେଟ ପିଛା କରିଥିଲା, ତେଣୁ ମୁଁ ଭାବିଥିଲି ଆମେ ପ୍ରଥମେ ବୋଲିଂ କରିବୁ। ଶଶାଙ୍କ ସିଂହ ଦଳକୁ ଫେରିଛନ୍ତି।"
ଟସ୍ ପରେ, ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ୍ କମିନ୍ସ କହିଥିଲେ, "ମୁଁ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲି। ଆଶା କରୁଛି, ଆମେ ଆଜି ରାତିରେ ଭଲ ପ୍ରଦର୍ଶନ କରିବୁ। ଏହି ସିଜନରେ ଦର୍ଶକ ଆମକୁ ବହୁତ ସମର୍ଥନ କରିଛନ୍ତି। ମୁଁ ପିଚ୍ ବିଷୟରେ ଅଧିକ କିଛି କହିପାରିବି ନାହିଁ, ଆଶା କରୁଛି ଆମେ କିଛି ରନ୍ କରିବୁ। ନୀତିଶ କୁମାର ରେଡ୍ଡୀ ଆଜି ରାତିରେ ଆମ ଦଳକୁ ଫେରି ଆସୁଛନ୍ତି।"
ସନରାଇଜର୍ସ ହାଇଦ୍ରାବାଦର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ଇଶାନ୍ କିଶାନ୍ (ୱିକେଟ୍ କିପର), ହେନ୍ରିଚ୍ କ୍ଲାସେନ୍, ସଲିଲ୍ ଆରୋରା, ସ୍ମରଣ ରବିଚନ୍ଦ୍ରନ୍, ନୀତୀଶ କୁମାର ରେଡ୍ଡୀ, ପ୍ୟାଟ୍ କମିନ୍ସ (ଅଧିନାୟକ) ଶିବଙ୍ଗ କୁମାର, ଇଶାନ ମାଲିଙ୍ଗା, ସାକିବ ହୁସେନ୍
ପଞ୍ଜାବ କିଙ୍ଗସର ଚୁଡ଼ାନ୍ତ ଏକାଦଶ: ପ୍ରଭସତମ୍ରନ୍ ସିଂହ (ୱିକେଟ୍ କିପର), କୁପର୍ କନୋଲି, ଶ୍ରେୟସ୍ ଆୟର୍ (ଅଧିନାୟକ), ଶଶାଙ୍କ ସିଂ, ସୁର୍ୟାଂଶ ଶେଡଗେ, ମାର୍କସ୍ ଷ୍ଟୋଇନିସ୍, ମାର୍କୋ ଜାନସେନ୍, ଲକି ଫର୍ଗୁସନ୍, ବିଜୟକୁମାର ବୈଶ୍ୱାକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ
ଏମାନଙ୍କ ମଧ୍ୟରୁ ଜଣେ ସନରାଇଜର୍ସ ହାଇଦ୍ରାବାଦର ଇମ୍ପାକ୍ଟ ପ୍ଳେୟର ହେବେ- ଅନିକେତ ବର୍ମା, ପ୍ରଫୁଲ ହିଞ୍ଜ, ଲିଆମ ଲିଭିଂଷ୍ଟୋନ, ହର୍ଷ ଦୁବେ, ହର୍ଷଲ ପଟେଲ
ଏମାନଙ୍କ ମଧ୍ୟରୁ ଜଣେ ପଞ୍ଜାବ କିଙ୍ଗସ୍ ର ଇମ୍ପାକ୍ଟ ପ୍ଳେୟର ହେବେ -ପ୍ରିୟାଂଶ ଆର୍ଯ୍ୟ, ହରପ୍ରୀତ୍ ବ୍ରାର, ଜାଭିୟର ବାର୍ଟଲେଟ୍, ବିଷ୍ଣୁ ବିନୋଦ, ମୁଶିର ଖାନ