ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚେନ୍ନାଇରୁ କଲୋମ୍ବୋ ପହଁଞ୍ଚିଲା କି ପହଲଗାମ୍ ହମଲାର ଆତଙ୍କୀ ? ସୂଚନା ମିଳିବା ପରେ ବଡ଼ ଧରଣର ଯାଞ୍ଚ

Published By : Harapriya Biswal | May 3, 2025 6:27 PM

ନୂଆଦିଲ୍ଲୀ,୩।୫ : ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରତିଟି ଭାରତୀୟଙ୍କୁ ଶୋକରେ ବୁଡାଇଛି। ପାକିସ୍ତାନକୁ ଏହାର କଡା ଜବାବ୍ ଦେବାକୁ ଦେଶବାସୀ କରିଛନ୍ତି ଦାବି। ଏପରିକି କେନ୍ଦ୍ର ସରକାର ମଧ୍ୟ ନେଇଛନ୍ତି ବଡ଼ ପଦକ୍ଷେପ।  ଆକ୍ରମଣକାରୀଙ୍କୁ ଖୋଜିବା ଜାରି ରହିଛି। ତେବେ ଏହା ଭିତରେ ସୂଚନା ମିଳିଛି ଯେ, ପହଲଗାମ୍ ଆତଙ୍କୀ ହମଲାର ୬ ସନ୍ଦିଗ୍ଧ ଏବେ ଶ୍ରୀଲଙ୍କା ଚାଲିଯାଇଛି। ଶନିବାର ଚେନ୍ନାଇରୁ କଲୋମ୍ବୋ ପହଁଞ୍ଚିଥିବା ବିମାନରେ ସେ ଥିବାର ଆଶଙ୍କା କରାଯାଉଛି। 

ଶ୍ରୀଲଙ୍କାନ୍ ଏୟାରଲାଇନ୍ସର କହିବା ଅନୁସାରେ, ଗୋଟିଏ ବିମାନ ଚେନ୍ନାଇରୁ କଲୋମ୍ବୋର ବନ୍ଦରନାୟକେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୧ଟା ୫୯ ମିନିଟରେ ପହଁଞ୍ଚିଥିଲା। ବିମାନ ଆସିବା ମାତ୍ରେ ବଡ଼ ଧରଣର ଯାଞ୍ଚ କରାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା, ପହଲଗାମ୍ ଆକ୍ରମଣର ସନ୍ଦିଗ୍ଧ ବିମାନରେ ଥିବାର ଖବର ପରେ ବଡ଼ ଧରଣର ତଲାସୀ ଅଭିଯାନ ଚାଲିଥିଲା।

ଚେନ୍ନାଇ ଏରିଆ କନଟ୍ରୋଲ ସେଣ୍ଟରକୁ ଆର୍ଲଟ କରାଯାଇଥିଲା। ଏହାର ତୁରନ୍ତ ପରେ ଲୋକାଲ ଅଥରିଟି ସହ ମିଶି ସର୍ଚ୍ଚ ଅପରେସନ୍ ଚଳାଯାଇଥିଲା। ସୂଚନା ମିଳିଥିଲା ଯେ,୬ ଜଣ ସନ୍ଦିଗ୍ଧ, ଯିଏକି ଭାରତରେ ଓ୍ବାଣ୍ଟେଡ୍, ସେ ବିମାନରେ ଯାତ୍ରା କରୁଛନ୍ତି। ଏହାପରେ  ବିମାନକୁ ଭଲ ଭାବରେ ଚେକିଂ କରାଯାଇଥିଲା। ଏହାପରେ  ବିମାନକୁ ଉଡାଣ ପାଇଁ କ୍ଲିୟରାନ୍ସ ମିଳିଥିଲା। ଏଥିରେ କୁହାଯାଇଥିଲା, ଶ୍ରୀଲଙ୍କା ଏୟାରଲାଇନ୍ସର ସବୁ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଏ। ଉଚ୍ଚତମ ସୁରକ୍ଷାମାନକକୁ ବଜାୟ ରଖିବା ପାଇଁ  ଆମେ ପ୍ରତିଶୃତିବଦ୍ଧ।

ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରିଛନ୍ତି ଭାରତୀୟ ସୁରକ୍ଷା  ଏଜେନ୍ସି। ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ପୀଡିତ ଏବଂ ତଦନ୍ତକାରୀ ସଂସ୍ଥାଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୪ ରୁ ୬ ଜଣ ଆତଙ୍କବାଦୀ ସାମିଲ ଥିଲେ। ଆକ୍ରମଣରେ ସମ୍ପୃକ୍ତ ପ୍ରାୟ ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ମଧ୍ୟ ଜାରି କରାଯାଇଛି। ଯାହାର ନାମ ଆସିଫ, ଫୌଜି, ସୁଲେମାନ ଶାହା ଏବଂ ଅବୁ ତାଲହା |ସେଭଳି ଦୁଇଜଣ ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନ ଠୋକର ଏବଂ ଆସିଫ ଶେଖଙ୍କୁ ଚିହ୍ନଟ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.