ଭୁବନେଶ୍ୱର,୧୦/୦୪: ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସେବାୟତ ପ୍ରତିନିଧି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରେ ଘୋଡ ଉଠା ବିବାଦ ଓ ଦିଅଁଙ୍କ ନୀତି ବିଭ୍ରାଟ ବାବଦରେ ବିସ୍ତୃତ ଲିଖିତ ତଥ୍ୟ ଉପସ୍ଥାପନ କରିବେ । ଏହି ତଥ୍ୟ ଆଉ ମନ୍ଦିର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତଦନ୍ତ ରିପୋର୍ଟକୁ ମିଶାଇ ଆସନ୍ତା ଟ୍ରଷ୍ଟ ବୋର୍ଡ ବୈଠକରେ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତ୍ତି ନିଆଯିବ ।
ଗତ ସୋମବାର ସକାଳ ସାହାଣମେଲା (ଦିଅଁଙ୍କ ଶକ୍ତି ନିକଟରେ)ଦର୍ଶନ ବେଳେ ଠାକୁରଙ୍କ ଘୋଡ ଉଠେଇବା ନେଇ ବଡୁ ବ୍ରାହ୍ମଣ ନିଯୋଗ ସେବାୟତଙ୍କ ମଧ୍ୟରେ ବାକ ଯୁଦ୍ଧ ଓ ଧସ୍ତାଧସ୍ତି ହୋଇଥିଲା । ଏହାକୁ ନେଇ ମନ୍ଦିରରେ ୭ ଘଣ୍ଟାରୁ ଅଧିକ ସମୟ ନୀତି କାନ୍ତିରେ ବିଭ୍ରାଟ ହେବା ସହିତ ଉଭୟ ସେବାୟତଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇ ଥିଲା। ପରେ ମନ୍ଦିର କାର୍ଯ୍ୟାଳୟରେ ଆଲୋଚନା କରାଯାଇ ନୀତି ସ୍ୱାଭାବିକ ହୋଇଥିଲା ।
ଅଧିକ ପଢ଼ନ୍ତୁ :- ବାହାର ଭଣ୍ଡାର ରତ୍ନ ଗଣତିମଣତି, ତୃତୀୟ ଦିନରେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଉଚ୍ଚସ୍ତରୀୟ କମିଟି