ପୁରୀ, ୦୩/୦୪: ଆଜି ଦୋଳମଣ୍ଡପ ସାହି ପକ୍ଷରୁ ଶ୍ରୀରାମଲୀଳାର ଲଙ୍କାପୋଡ଼ି ଉତ୍ସବ ହେବ । ରାବଣ ଓ ହନୁମାନ ଦୁଇ ପ୍ରମୁଖ ଚରିତ୍ର ସାହିଯାତ୍ରାରେ ଅବତୀର୍ଣ୍ଣ ହେବେ । ସକାଳେ ଦୋଳମଣ୍ଡପ ସାହି ଭ୍ରମଣ କରିବେ ରାବଣ ଓ ହନୁମାନ । ରାତିରେ କୁଣ୍ଢେଇବେଣ୍ଟ ସାହି ବୁଲି ରାବଣ ଜଗନ୍ନାଥ ବଲ୍ଲଭରେ ପହଞ୍ଚି ରାମାୟଣ ବର୍ଣ୍ଣନା ଆକାରେ ଲଙ୍କାପୋଡ଼ି ନୀତି ହେବ ।
ଅଧିକ ପଢ଼ନ୍ତୁ :- ଜିଆଇ ଟ୍ୟାଗ୍ ଦୌଡ଼ରେ ମାଣିକପାଟଣା ଦହି, ଆବେଦନ କରିବ ଓୟୁଏଟି
ଦୋଳମଣ୍ଡପ ସାହି ଆଖଡ଼ା ସମ୍ପାଦକ ଅନନ୍ତ ତିଆଡ଼ି କୁହନ୍ତି, ଦୋଳମଣ୍ଡପ ସାହିର ପାଞ୍ଚ ମେଳ । ଏଥର ନିଶାଣ ଜାଗା ଯଦୁ ତିଆଡ଼ି ଜାଗାର ରାବଣ ପାଳି । ଚମ୍ପାଗଡ଼ ଜାଗା, ବଜ୍ରଗଡ଼ ଅମୀନ ଜାଗା, ନୂଆ ତୋଟା ଜାଗା ଓ ଜଗତ ପ୍ରତିହାରୀ ଜାଗାରୁ ଭୁଆଷିକ ବାହାରିବ । ନିଜ ସାହି ଭ୍ରମଣ ପରେ ସାଥି ସାହି କୁଣ୍ଢେଇବେଣ୍ଟ ସାହି ପରିଭ୍ରମଣ କରିବ ଦୋଳମଣ୍ଡପ ସାହି ଯାତ । ଲବଣିଖିଆ ଛକ, ପଞ୍ଚଚୌରା, ଜାଡ଼ୁଆଣୀ ଲାଇବ୍ରେରୀ, ହାତଯୋଡ଼ି ଠାକୁରାଣୀ ମନ୍ଦିର ଓ ପଥର ଆଖଡ଼ା ହୋଇ ସୁଆର ସାହି ଦେଇ ଦୋଳମଣ୍ଡପ ସାହି ଫେରିବେ । ୧୫ରୁ ୨୦ ଟି ଭଳି ଭୁଆଷିକରେ ସ୍ଥାନ ପାଉଥିବା ଆଖଡ଼ା ସହ ସମ୍ପାଦକ ବାସୁଦେବ ତିଆଡ଼ି କହିଛନ୍ତି ।