ମାଲକାନଗିରି,୮/୧ : ରାଉଲକେଲାରୁ ଗତ ୨ତାରିଖରୁ ଓଡ଼ିଶା ଭ୍ରମଣ କରି ଅଯୋଧ୍ୟା ଅଭିମୁଖେ ବାହାରିଥିବା ସୁନାରେ ନିର୍ମିତ ୨୫କେଜି ଓଜନର ଶ୍ରୀରାମ ଧନୁଷ ମାଲକାନଗିରିରେ ଆଜି ପହଁଚିବା ପରେ ଭଵ୍ୟ ସମ୍ବର୍ଦ୍ଦନା ଜଣା ଯାଇ ବିରାଟ ଶୋଭାଯାତ୍ରାରେ ଶ୍ରୀରାମମନ୍ଦିରକୁ ପାଛୋଟି ନିଆଯାଇଛି । ଏହି ସ୍ୱର୍ଣ୍ଣ ଶ୍ରାରାମ ଧନୁ ଆଜି ସନ୍ଧ୍ୟାରେ ମାଲକାନଗିରି ସହର ପ୍ରବେଶ ଦ୍ୱାର ଭୈରବୀ ମନ୍ଦିରରେ ପହଁଚିବା ପରେ ହିନ୍ଦୁ ଜାଗରଣ ମଞ୍ଚ, ବିଶେହିନ୍ଦୁ ପରିଷଦ ଓ ସନାତନୀ ଧର୍ମକୁ ଭଲ ପାଉଥିବା ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ଏକ ଶୋଭାଯାତ୍ରାରେ ସୁବାଷ ବୋଷ ଛକ ହନୁମାନ ମନ୍ଦିର ନିକଟରେ ପୂଜା ଅର୍ଚନା କରିଥିଲେ।

ସେଠାରୁ ଶିବାନନ୍ଦନ ଆଶ୍ରମ ପରିସରରେ ଥିବା ଶ୍ରୀ ରାମ ମନ୍ଦିରକୁ ବିରାଟ ଶୋଭାଯାତ୍ରାରେ ନେଇଯାଇଥିଲେ। ଏହି ସ୍ୱର୍ଣ୍ଣ ଶ୍ରୀ ରାମ ଧନୁ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଯାଇଥିଲା। ଶ୍ରୀ ରାମ ମନ୍ଦିରରେ ଧନୁ ପୂଜା ପାଇ ସାରିବା ପରେ ଆଜି ରାତ୍ରରେ କୋରାପୁଟ ଅଭିମୁଖେ ଯାତ୍ରା କରିଛି । ଶୁକ୍ରବାର ରାୟଗଡ଼ା ହୋଇ ଅନ୍ୟ ଜିଲ୍ଲା ପରିକ୍ରମା କରି ସାରିବା ପରେ ୧୯ତାରିଖରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ପରେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିର ଅଭିମୁଖେ ଯାତ୍ରା କରିବେ । ୨୨ ତାରିଖ ରେ ଅଯୋଧ୍ୟା ରେ ପହଁଚି ସେଠାରେ ଏହି ଧନୁ ଟିକୁ ପ୍ରତିଷ୍ଠା କରାଯିବ ବୋଲି ଅଖିଳ ଭାରତୀୟ ସାଧୁ ସଂଥ ରାଷ୍ଟ୍ରୀୟ ସଦସ୍ୟ ସ୍ୱାମୀ ମାଧବା ନନ୍ଦ ଜୀ ସୂଚନା ଦେଇଛନ୍ତି। ଏହି ଧନୁ ଟି ସ୍ୱର୍ଣ୍ଣ ରେ ନିର୍ମିତ ହୋଇଥିବାରୁ ଏହାକୁ ଏକ କାଚ ବକ୍ସରେ ରଖାଯାଇଛି । ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଅନୁରୂପ ଭାବେ ଏହି ସ୍ୱର୍ଣ୍ଣ ଧନୁଷ ରଥକୁ ଗୋବିପାଲି, ମାଥିଲି, ପାଣ୍ଡ୍ରିପାଣି ଠାରେ ମଧ୍ୟ ଭଵ୍ୟ ସମ୍ବର୍ଦ୍ଦନା ଦିଆଯାଇଛି ।