ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଏଲଏସିରେ ସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ : ସ୍ଥଳ ସେନାମୁଖ୍ୟ

Published By : Ankita S | January 14, 2025 8:28 AM

ନୂଆଦିଲ୍ଲୀ,୧୪/୧: ଏଲଏସିରେ ସ୍ଥିତି କିପରି ରହିଛି । ଭାରତ ଓ ଚୀନ ବିବାଦକୁ ନେଇ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଲଏସିରେ ସ୍ଥିତି ସମ୍ବେଦନଶୀଳ କିନ୍ତୁ ସ୍ଥିର ରହିଛି । ଭାରତୀୟ  ସେନା ପ୍ରତି ସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତତ ଅଛି ବୋଲି କହିଛନ୍ତି ଆର୍ମି ଚିଫ୍ ଉପେନ୍ଦ୍ର ଦ୍ବିବେଦୀ ।

ସେନା ଦିବସ ପାଳନ ପୂର୍ବରୁ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସ୍ଥଳ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ସ୍ଥିତିରେ ସ୍ଥିରତା ଆସିବା ସତ୍ତ୍ବେ ସମ୍ବେଦନଶୀଳ ରହିଛି ।  ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ନେତାଙ୍କ ସହ ଆଲୋଚନା କରିବା ପରେ ସ୍ଥିରତା ଆସିଛି । ବିବାଦୀୟ ଅଞ୍ଚଳରୁ ଉଭୟ ପକ୍ଷ ନିଜର ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି । ବିବାଦୀୟ ଅଞ୍ଚଳରେ ଏକପାଖିଆ ପାଟ୍ରୋଲିଂ ବନ୍ଦ କରାଯାଇ ମିଳିତି ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ବୋ ଦୁଇ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ୨୦୨୦ ଏପ୍ରିଲରେ ଏଲଏସିରେ ଯେଉଁ ପରିସ୍ଥିତି ରହିଥିଲା ସେଥିରେ ଅନେକ ପରବର୍ତ୍ତନ ହୋଇଛି ।

ସେନାମୁଖ୍ୟ ଆହୁରି କହିଛନ୍ତି, ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ବାସରେ ଉନ୍ନତି ଆସିପାରି ନାହିଁ । ପାରିସ୍ପରିକ ବିଶ୍ବାସ ବୃଦ୍ଧି ପାଇଁ କୁଟନୈତିକ ଆଲୋଚନା ଉପରେ ଗୁରୁତ୍ବ ଦିଆଯାଉଛି । ଡିସେମ୍ବର ୩ରେ ବୈଦେଶିର ମନ୍ତ୍ରୀ ଏସ. ଜୟଶଙ୍କର କହିଥିଲେ ପୂର୍ବ ଲଦାଖରେ ଦେଶପାଙ୍ଗ ଓ ଡେମଚୋଜରୁ ସୈନ୍ଯ ପ୍ରତ୍ୟାହାର ଶେଷ ହୋଇଛି । ଦୁଇ ଦେଶ ନିଜର ସେନା ଶିବିର ମଧ୍ୟ ଉଠାଇ ନେଇଛନ୍ତି ।

ଏହା ବି ପଢନ୍ତୁ...ଜମ୍ମୁ-କାଶ୍ମୀରରେ ମରିଛନ୍ତି ୬୦% ପାକିସ୍ତାନୀ ଆତଙ୍କୀ, ସେନା ମୁଖ୍ୟ କହିଲେ ଏଲଏସିର ତାଜା ସ୍ଥିତି

https://www.prameya.com/indian-army-chief-general-upendra-dwivedi-says-60-percent-terrorists-killed-jammu-kashmir-from-pakistan

ଆତଙ୍କୀ ନିପାତକୁ ନେଇ ଆର୍ମି ଚିଫ୍ କହିଛନ୍ତି, ଗତ ବର୍ଷରେ ମୃତ ୬୦% ଆତଙ୍କବାଦୀ ପାକିସ୍ତାନର ଥିଲେ। ବର୍ତ୍ତମାନ ଘାଟି ଓ ଜମ୍ମୁରେ ଯେଉଁ ଆତଙ୍କବାଦୀ ଅଛନ୍ତି, ଆମକୁ ଲାଗୁଛି ତାଙ୍କ ଭିତରୁ ପ୍ରାୟ ୮୦% ପାକିସ୍ତାନୀ । ଜମ୍ମୁ-କଶ୍ମୀର ବିଷୟରେ ଯଦି କଥା ହେବା ତେବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ନିୟନ୍ତ୍ରଣ ରେଖାରେ ଡିଜିଏମ୍‌ଓ ଭିତରେ ସହମତି ପରେ ଫେବୃଆରୀ ୨୦୨୧ ରୁ ପ୍ରଭାବୀ ସଂଘର୍ଷ ବିରାମ ଜାରି ରହିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.