ହରଭଙ୍ଗା,୧୦/୧୨ : ଦୀର୍ଘ ଦିନ ଧରି ହରଭଙ୍ଗାଠାରେ ଇଣ୍ଟରନେଟ ସେବାର ସ୍ଥାଣୁ ଅବସ୍ଥା ଦେଖାଦେଇଛି । ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଇଥିଲେ ମଧ୍ୟ ଦୁର୍ବଳ ନେଟଓ୍ବାର୍କ ଯୋଗୁଁ ଏହାର କୌଣସି ସୁଫଳ ଗ୍ରାହକମାନେ ପାଇ ପାରୁନାହାନ୍ତି l ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l କର୍ତ୍ତୃପକ୍ଷଙ୍କ ଏତାଦୃଶ ମନମୁଖୀ କରବାର ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି l
ଫଳରେ ଜନସାଧାରଣ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି l ମାତ୍ର ଅତ୍ୟନ୍ତ ପରୀତାପର ବିଷୟ ଏହିକି ଯେ ଜିଲ୍ଲା ସଦର ମହକୁମା ବୌଦ୍ଧଠାରେ ଅବସ୍ଥାପିତ ବିଭାଗୀୟ ଅଧିକାରୀଙ୍କ ଜନସାଧାରଣଙ୍କ ପ୍ରତି ବ୍ୟବହାର ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଏହାକୁ ନେଇ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ l ଏଣୁ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l