ନୂଆଦିଲ୍ଲୀ,୧୦/୦୬: ଏଲନ ମସ୍କଙ୍କ କମ୍ପାନି ସ୍ପେଶ ଏକ୍ସ ନିଜର ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସର୍ଭିସ ଭାରତରେ ଶୀଘ୍ର ଆରମ୍ଭ କରିବ । ଭାରତରେ ସେବା ଆରମ୍ଭ କରିବା ନେଇ ଗତ ସପ୍ତାହରେ ଟେଲିକମ ବିଭାଗ ପକ୍ଷରୁ କମ୍ପାନିକୁ ଲାଇସେନ୍ସ ମିଳିଥିଲା । ଖୁବ୍ଶୀଘ୍ର ଟ୍ରାଏଲ କରାଯିବ।
ଆଗାମୀ ୨ ମାସରେ କମ୍ପାନି ଭାରତରେ ନିଜର ସେବା ଆରମ୍ଭ କରିପାରେ ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଭାରତୀୟ ବଜାର ଲାଗି କମ୍ପାନି ନିଜର ମୂଲ୍ୟ ଢାଞ୍ଚା ପ୍ରସ୍ତୁତ କରିସାରିଛି । ଏହି ସେବା ଲାଗି କମ୍ପାନିର ସାଟେଲାଇଟ ଡିସ୍ ଡିଭାଇସ ମୂଲ୍ୟ ୩୩ ହଜାର ଟଙ୍କା ରହିବ । ଏହା ବାଦ କମ୍ପାନି ମାସିକ ଅନଲିମିଟେଡ ଡାଟା ପ୍ଲାନର ମୂଲ୍ୟ ୩ ହଜାର ଟଙ୍କା ରଖିବ । ଗୋଟିଏ ମାସର ଫ୍ରି' ଟ୍ରାଏଲ ମଧ୍ୟ ଦେବାକୁ କମ୍ପାନି ଯୋଜନା କରୁଛି ।