ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯୁବ ନେତୃତ୍ୱଙ୍କୁ ରାଜ୍ୟ କଂଗ୍ରେସ ମଙ୍ଗ: ଦିଲ୍ଲୀରେ ସପ୍ତଗିରି, କାଡ଼ାମ୍‌ ,୨୦ରେ ଆସିବେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟଭାନୁ

Published By : Prameya | January 16, 2025 10:51 AM

ଭୁବନେଶ୍ୱର,୧୬/୦୧: ଏବେ  ଆଉ ୬୦ ବର୍ଷରୁ ଅଧିକ ବୟସ୍କ  ନେତାଙ୍କୁ ରାଜ୍ୟ କଂଗ୍ରେସର ମଙ୍ଗୁଆଳ  କରାଯିବ ନାହିଁ । ଯିଏ ରାଜ୍ୟ ସାରା  ଦୌଡ଼ି ପାରିବ, ସେଭଳି ଯୁବନେତାଙ୍କୁ ଦାୟିତ୍ୱ ଦିଆଯିବ । କଂଗ୍ରେସ ଭବନଠୁ  ଆରମ୍ଭ କରି ସାରା ରାଜ୍ୟରେ କଂଗ୍ରେସ  ନେତାଙ୍କ ଭିତରେ ଏଭଳି ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚା ମଧ୍ୟରେ କଂଗ୍ରେସର କିଛି ଯୁବନେତାଙ୍କ ନାମ ବି ଚର୍ଚ୍ଚାକୁ  ଆସିଛି । ବିଶେଷ କରି କଂଗ୍ରେସର  ଓଡ଼ିଶାରୁ ଜିତିଥିବା ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାମ ଆଗରେ  ରହିଛି । ଏହା ବ୍ୟତୀତ ପୂର୍ବତନ  କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ସାନଖେମୁଣ୍ଡି ବିଧାୟକ  ରମେଶ ଜେନାଙ୍କ ନାମରେ ମଧ୍ୟ  ଚର୍ଚ୍ଚା ହେଉଛି । ସପ୍ତଗିରି ଓ  କଂଗ୍ରେସ ବିଧାୟକ ଦଳ ନେତା  ରାମଚନ୍ଦ୍ର କାଡାମଙ୍କୁ ଦିଲ୍ଲୀରୁ  ଡାକରା ଆସିବା ପରେ ଏହି ଚର୍ଚ୍ଚା  ଅଧିକ ଜୋର ଧରିଛି ।  

ବରିଷ୍ଠ କଂଗ୍ରେସ ନେତାଙ୍କ କହିବା ଅନୁସାରେ ଆଗାମୀ ଦିନରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରାଯିବ । ୨୦୨୯ ନିର୍ବାଚନ ପାଇଁ  ଦଳ ଏବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ପ୍ରତିଟି  ପ୍ରସଙ୍ଗରେ ଦଳ ତାର ସ୍ୱରକୁ ଶାଣିତ କରିବ ।  ସେ ଦରଦାମ ବୃଦ୍ଧି ହେଉ କି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀ ଆତ୍ମହତ୍ୟା  ସମେତ ସମସ୍ତ ପ୍ରସଙ୍ଗରେ କଂଗ୍ରେସ ଲଢ଼େଇ  କରିବ । ଦଳର ହାଇକମାଣ୍ଡ ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କୁ ହଠାତ୍‌ ଦିଲ୍ଲୀ ଡକରା  ପରେ ଏବେ ରାଜ୍ୟ କଂଗ୍ରେସ ଶିବିର ବେଶ  ଚଳଚଞ୍ଚଳ ହୋଇପଡ଼ିଛି । ଗୋଟିଏ ପଟେ ପିସିସି ସଭାପତି ଚୟନ ନେଇ ଚର୍ଚ୍ଚା ଜୋର  ଧରିଥିବା ବେଳେ ସେପଟେ ଆସନ୍ତା ୨୦  ତାରିଖରେ ଯୁବକଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ୍‌ ଓଡ଼ିଶା ଆସୁଛନ୍ତି । ତାଙ୍କ ଗସ୍ତ  ବେଳେ ଲୋୟର୍‌ ପିଏମଜିରେ ଏକ ବିଶାଳ  ଯୁବ ସମାବେଶ କରାଯିବ । ସମାବେଶକୁ ସଫଳ କରିବା ପାଇଁ ଯୁବକଂଗ୍ରେସର ରାଷ୍ଟ୍ରୀୟ  ସମ୍ପାଦକ ଓଡ଼ିଶା ଆସି ଡେରା ପକାଇଛନ୍ତି ।  କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ କମିଟି  ମଧ୍ୟ ଗଢ଼ିଛନ୍ତି। ଏହି କମିଟିରେ ଯୁବକଂଗ୍ରେସର  ପୂର୍ବତନ ସଭାପତି ରଣଜିତ ପାତ୍ରଙ୍କୁ ଆବାହକ  ଭାବେ ନିଯୁକ୍ତ କରାଯାଇଛି । 

ସେହିପରି ଛାତ୍ର କଂଗ୍ରେସର ପୂର୍ବତନ  ରାଜ୍ୟ ସଭାପତି ତଥା ଭୁବନେଶ୍ୱର  ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା  ୟାସିର ନୱାଜ ଓ ଯୁବନେତା କୃଷ୍ଣ ଚନ୍ଦ୍ର  ମହାନ୍ତିଙ୍କୁ ସଂଯୋଜନା ଦାୟିତ୍ୱ ଦିଆଯାଇଛି ।  ଏହା ବ୍ୟତୀତ ଯୁବକଂଗ୍ରେସର ନିହାର ରଞ୍ଜନ  ବେହେରା, ଗୋପନ ମାର୍ଥା, ସୁଦିପ ସାମଲ,  ଅଭିଜିତ ଜେନା, ସ୍ୱାଗତ କର, ମହମ୍ମଦ  ଗୁଲଫାମ, ମହମ୍ମଦ ପରୱେଜ, କେଦାର  ଦଳାଇ, ଲିପିକା ମାଝି ପ୍ରମୁଖଙ୍କୁ ଯୁବକଂଗ୍ରେସର  ବିକ୍ଷୋଭ ସଫଳ କରିବାକୁ ଦାୟିତ୍ୱ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.