ଭୁବନେଶ୍ବର,୬।୧ : ଡାକ୍ତରଙ୍କ ଆନ୍ଦୋଳନ ଉପରେ ଲାଗୁ ହେଲା ଏସମା। ୬ ମାସ ପାଇଁ ଲାଗୁ ହେଲା ଏସମା। ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ୬ ମାସ ଯାଏଁ ଏସମା ବଳବତ୍ତର ରହିବ। ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ ଯେପରି ବ୍ୟାଘାତ ନଉପୁଜିବ, ସେଥିପାଇଁ ସମଗ୍ର ରାଜ୍ୟରେ ‘ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ’ (ESMA) ଲାଗୁ କରାଯାଇଛି ।

ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସମା ଅନୁସାରେ, ଆସନ୍ତା ୬ ମାସ ପର୍ଯ୍ୟନ୍ତ କୌଣସି ବି ସ୍ୱାସ୍ଥ୍ୟକର୍ମୀ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ । ଏହି ନିୟମ ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ ଉଭୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ।ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ-ଡିଭିଜନାଲ ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ସରକାରୀ ମେଡିକାଲ କଲେଜରେ ଏହି କଟକଣା ଲାଗୁ ରହିବ।

ଓଡ଼ିଶା ମେଡିକାଲ ସେବା ସଂଘ ପକ୍ଷରୁ ଦରମା ବୃଦ୍ଧି, ପଦୋନ୍ନତି ଏବଂ ସୁରକ୍ଷା ଭଳି ବିଭିନ୍ନ ଦାବି ନେଇ ଜାନୁଆରୀ ୫ ତାରିଖରୁ ଡାକ୍ତରମାନେ ଦୈନିକ ୨ ଘଣ୍ଟା ପାଇଁ ଓପିଡି (OPD) ବର୍ଜନ କରିଥିଲେ । ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେଥିପାଇଁ ସରକାର ଏହି ନିର୍ଦେଶନାମା ଜାରି କରିଛନ୍ତି।