ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜ୍ୟ ପୋଲିସ ୭୩ତମ ଜାତୀୟ ଖେଳକୁଦ ପ୍ରତିଯୋଗିତାରେ କୋରାପୁଟର ସଫଳତା

Published By : Gurupada Nath | February 28, 2025 6:35 PM

କୋରାପୁଟ, ୨୮/୨ : ରାଜ୍ୟ ପୋଲିସର ୭୩ ତମ ଜାତୀୟ ଖେଳକୁଦ ପ୍ରତିଯୋଗିତାରେ କୋରାପୁଟର ସଫଳତା। କୋରାପୁଟ ପୋଲିସ ସ୍ପୋର୍ଟସ ଟିମ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇ ଗୋଲ୍ଡ ସହ ତିନି ସିଲଭର ମେଡାଲ ବିଜେତା ହୋଇ ପାରିଛନ୍ତି। କଟକଠାରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇବା ପରେ ଆଜି କୋରାପୁଟ କାର୍ଯ୍ୟାଳୟରେ ଏସପିଙ୍କ ସହ ସାକ୍ଷାତ କରିଛନ୍ତି ଟିମ୍। 

ଚଳିତବର୍ଷ କୋରାପୁଟ ପୋଲିସ ସ୍ପୋର୍ଟସ ଟିମ୍ ଜାବଲିନ ଥ୍ରୋ ପ୍ରତିଯୋଗିତାରେ ପୁର୍ବ ରେକର୍ଡ଼ ଭାଙ୍ଗି ଗୋଲ୍ଡ ମେଡେଲ ଆଣି ସଫଳତା ଆଣିଛନ୍ତି। ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ କୋରାପୁଟ ପୋଲିସ ସ୍ପୋର୍ଟସ ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ପାଇଁ ଦେଢ଼ ମାସ ପୁର୍ବରୁ ଅଭ୍ୟାସ କରାଯାଇଥିଲା। ଆଗକୁ ରାଜ୍ୟ ସ୍ତରରେ ଭଲ ପ୍ରଦର୍ଶନ କରି ଜିଲ୍ଲା ପୋଲିସର ନାଁ ରଖିବାକୁ ଚେଷ୍ଟା କରିବୁ କହିଛନ୍ତି। ସମସ୍ତ ଖେଳାଳୀମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ କୋରାପୁଟ ଏସପି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.