ମାଲକାନଗିରି,୨୦ ।୧୧  ସ୍କାଉଟ ଏଣ୍ଡ ଗାଇଡ଼ ଉଡାଣ  କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ଛାତ୍ରୀ ସଫଳତା ପାଇଛନ୍ତି। ୫ ଜଣ ସ୍କାଉଟ ଏବଂ ୫ ଜଣ ଗାଇଡ଼ ପିଲା ସୁନ୍ଦର ପ୍ରଦର୍ଶନ କରି ପାରିଛନ୍ତି । ଏହି ପ୍ରତିଭାଗୀଙ୍କ ସହିତ ସ୍କାଉଟ ମାଷ୍ଟର ଶଙ୍କର ଚନ୍ଦ୍ର ମହାପାତ୍ର ଗାଇଡ଼ କ୍ୟାପଟେନ ସବିତା ପୂଜାରୀ ଯାଇଥିଲେ । ଆଂଚ଼ଳିକ ଖାଦ୍ୟ ବଜାରରେ ମାଣ୍ଡିଆକୁ ନେଇ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀରେ ମାଲକାନଗିରି ଦଳ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଜଗନ୍ନାଥ ପାଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଖୁସୁବୁ ଭକ୍ତ ଅନୁଷ୍ଠିତ ସାସ୍କୃତିକ କାର୍ଯ୍ୟକ୍ରମରେ ଉନ୍ନତ ନୃତ୍ୟ ପ୍ରଦର୍ଶନ କରି ଗୋଲେଡନ ଟ୍ରଫି ହାସଲ କରିଛନ୍ତି ।