ମୁମ୍ବାଇ, ୩୦/୦୩: ପଶ୍ଚିମ ଏସିଆ ଯୁଦ୍ଧ ନିଆଁରେ ପୋଡ଼ି ପାଉଁଶ ପୁଞ୍ଜି ବଜାର । ଲଗାତାର ଭାରତୀୟ ସେୟାର ବଜାର ନିମ୍ନଗାମୀ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାହା ଫଳରେ ମାର୍ଚ୍ଚ ମାସରେ ପୁଞ୍ଜି ବଜାର ଭୟଙ୍କର ଭାବେ କ୍ରାସ କରିଛି । ଅଧାରୁ ଅଧିକ ସେୟାର ଚଳିତ ବର୍ଷ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ପ୍ରତି ୫ ସେୟାରରେ ଗୋଟିଏ ସେୟାର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ରେକର୍ଡ କରାଯାଇଛି । ଯାହା ନିବେଶକଙ୍କ ଭୟ ବଢ଼ାଇଛି ।

ସେୟାର ଏଭଳି ସ୍ଥିତି କେବଳ ଛୋଟ ସେୟାର ଭିତରେ ସୀମିତ ନାହିଁ । ବଡ଼ ବଡ଼ ସେୟାର ମଧ୍ୟ ଖସିବା ଆରମ୍ଭ କରିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଗ୍ରାହକଙ୍କ ବିଶ୍ବାସ ଜିତିଥିବା ସେୟାର ଉପରେ ମଧ୍ୟ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି । ଏଆରବି ଗ୍ରୁପର ପ୍ରାୟ ହଜାରେରୁ ଅଧିକ ସେୟାର ତଳମୁହାଁ ହୋଇଛି । ଆର୍ଥିକ ବର୍ଷ ୨୦୨୪ରେ ବିଏସଇର ଉଚ୍ଚତମ ସ୍ତରରେ ଥିବା ସୂଚୀବଦ୍ଧ କମ୍ପାନୀର ମାର୍କେଟ୍ କ୍ୟାପ୍ ୫୬ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇସାରିଛି ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସକ୍ରିୟ ଭାବେ ସୂଚୀବଦ୍ଧ ମୋଟ୍ ୪,୨୭୦ ସେୟାର ମଧ୍ୟରୁ ୨,୨୩୪ ସେୟାର ଚଳିତ ମାସରେ ଗତ ୫୨ ସପ୍ତାହରୁ ନିମ୍ନ ସ୍ତରକୁ ପହଞ୍ଚିଛି । ଆର୍ଥିକ ବର୍ଷ ୨୦୨୬ ଆରମ୍ଭରୁ ଏପର୍ଯ୍ୟନ୍ତ ନିଫ୍ଟି ଏବଂ ସେନସେକ୍ସ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଅର୍ଥନୈତିକ ବିଶେଷଜ୍ଞଙ୍କ କହିବା କଥା, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅଶୌଧିତ ତୈଳ ଦରଦାମ ବୃଦ୍ଧି ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏହା କେବଳ CADକୁ ପ୍ରଭାବିତ କରିବା ସହିତ ଦେଶରେ ସବସିଡି ବୋଝକୁ ବଢ଼ାଉଛି । ଯାହା ଅର୍ଥନୈତିକ ଚାପ ସୃଷ୍ଟି କରିବା ସହିତ ନିବେଶକଙ୍କ ଟଙ୍କା ଗିଳି ଦେଉଛି ।

ପୁଞ୍ଜି ବଜାରରେ ସୃଷ୍ଟି ହୋଇଥିବା ହାହାକାର ମଧ୍ୟରେ ବୈଶ୍ବିକ 'ବ୍ରୋକରେଜ୍ ହାଉସ୍' ନିଜର ନିବେଶ ରଣନୀତିରେ ପରିବର୍ତ୍ତନ କରିଛି । ଗୋଲ୍ଡମ୍ୟାନ ସକ୍ସ ସଦ୍ୟ ରିପୋର୍ଟରେ ଡିଫେନସିଭ୍ କଂଜପସନ ଏବଂ ଅପଷ୍ଟ୍ରିମ୍ ଏନର୍ଜିକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛି । ବ୍ରୋକରେଜ୍ ବ୍ୟାଙ୍କରେ ନିଜର ‘ଓଭରଓ୍ବେଟ୍’କୁ ପୂର୍ବ ଭଳି ଚାଲୁ ରଖିଛି । କାରଣ ମଜବୁତ ଆସେଟ୍ କ୍ବାଲିଟି ଏବଂ ନେଟ୍ ଲାଭ ହାରରେ ଏବେବି ସାହାର ପାଲଟିଛି । ବ୍ରୋକରେଜ୍ ଅଏଲ୍ ମାର୍କେଟିଂ କମ୍ପାନି (OMCs)କୁ  ଅଣ୍ଡରଓ୍ବେଟ୍ କରିଛି । ଏହା ସହିତ ଆଇଟି, ଫାର୍ମା ଏବଂ କେମିକାଲ୍ ସେୟାର ଉପରୁ ଅଧିକ ଲାଭ ଆଶା ରଖିଛି । ସେହିପରି ବ୍ରୋକରେଜ୍ ନିଜ ସେୟାରକୁ ତିମୋଟି ଶ୍ରେଣୀରେ ବିଭକ୍ତ କରିଛି ।

ଅଧିକ ପଢ଼ନ୍ତୁ-ଟଙ୍କାକୁ ସବଳ କରିବାକୁ ଅଣ୍ଟା ଭିଡ଼ିଲା ଆର୍‌ବିଆଇ,ବ୍ୟାଙ୍କ ଦୈନିକ ରଖିପାରିବେ ୯୫୦ କୋଟି​​​​​​​