ନୂଆଦିଲ୍ଲୀ, ୦୯/୦୩ : ସେୟାର ମାର୍କେଟ୍ ପାଇଁ ଅଶୁଭ ସୋମବାର। ବଜାର ଖୋଲୁ ଖୋଲୁ ମାତ୍ର ୫ ମିନିଟ୍ ରେ ୧୩ ଲକ୍ଷ କୋଟି ସ୍ଵାହା। ସେନସେକ୍ସ ୨୪୦୦ ଅଙ୍କ ଖସିଥିବା ବେଳେ ନିଫ୍ଟିରେ ୭୦୦ ଅଙ୍କ ହ୍ରାସ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି, ଅର୍ଥାତ୍ BSE MCap, ପ୍ରାୟ ୪୩୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି।

ସୋମବାର ଦିନ ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିଲା। ବିଏସଇ ସେନସେକ୍ସ ଏହାର ପୂର୍ବ ବନ୍ଦ ୭୫,୯୧୮.୯୦ ଠାରୁ ହ୍ରାସ ପାଇ ୭୭,୦୫୬.୭୫ରେ ଖୋଲିଥିଲା। ପାଞ୍ଚ ମିନିଟ୍ ରୁ କମ୍ ସମୟ ମଧ୍ୟରେ ଏହା ୨୪୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୬,୪୨୪ରେ ପହଞ୍ଚିଥିଲା। ଏହି ସମୟରେ, ଏନଏସଇ ନିଫ୍ଟି ୨୩,୮୬୮ ରେ ଖୋଲିଥିଲା।

ଷ୍ଟକ୍ ମାର୍କେଟ୍ କ୍ରାସ୍ ହେବା ଯୋଗୁଁ ନିବେଶକମାନଙ୍କର ବିପୁଳ କ୍ଷତି ହୋଇଛି। ମାର୍ଚ୍ଚ ୬ ତାରିଖରେ ବମ୍ଵେ ଷ୍ଟକ୍ ଏକ୍ସଚେଞ୍ଜ୍ ରେ ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଗୁଡ଼ିକର ମାର୍କେଟ୍ କ୍ୟାପ୍ ହ୍ରାସ ପାଇ ୪୪୯ ଲକ୍ଷ କୋଟିରେ ପହଞ୍ଚିଥିଲା। ତେବେ ସେୟାର ମାର୍କେଟ୍ ହ୍ରାସ ମଧ୍ୟରେ ବିଏସଇର ଲାର୍ଜକ୍ୟାପରେ ସାମିଲ ଥିବା ଇଣ୍ଡିଗୋ ସେୟାର ୮ ପ୍ରତିଶତ, ଏସବିଆଇ ସେୟାର ୫.୯୦ ପ୍ରତିଶତ, ଟାଟା ଷ୍ଟିଲ୍ ସେୟାର ୪.୯୯ ପ୍ରତିଶତ, ଏସିଆନ ପେଣ୍ଟ ସେୟାର ୪.୭୧ ପ୍ରତିଶତ, ଏଲଟି ସେୟାର ୪.୭ ପ୍ରତିଶତ, ମାରୁତି ସେୟାର ୪.୬୭ ପ୍ରତିଶତ, ଆକ୍ସିସ୍ ବ୍ୟାଙ୍କ ସେୟାର ୪.୦୨ ପ୍ରତିଶତ, ଆଦାନି ପୋର୍ଟ ସେୟାର ୩.୮୦ ପ୍ରତିଶତ ତଳେ ବ୍ୟବସାୟ କରୁଥିଲେ। ଆମେରିକା-ଇସ୍ରାଏଲ ସହିତ ଇରାନ ଯୁଦ୍ଧ ଯୋଗୁଁ ଲଗାତାର ଷ୍ଟକ୍ ବଜାର ହ୍ରାସ ପାଉଛି।..

ଏହି ଖବରଟିକୁ ପଢନ୍ତୁ- ମଧ୍ୟପ୍ରାଚ୍ୟରେ ତେଜୁଛି ଯୁଦ୍ଧ : ବଢ଼ିବ ଦରଦାମ, କମିବ ଅଭିବୃଦ୍ଧ