ପ୍ରମୂଖ ଖବର
  • ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅପରାଧିକ ତଥ୍ୟ ମାଗିଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବେ ଦୀପାଳି
  • ||
  • ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ , ନିଯୁକ୍ତି ଦେଲେ ରାଷ୍ଟ୍ରପତି
  • ||
  • ଆନନ୍ଦପୁର : ପାଣି ପାଇଁ ରାସ୍ତାରୋକ, ସମସ୍ୟାର ସମାଧାନ ନହେଲେ ରାସ୍ତାରୁ ନହଟିବାକୁ ଚେତାବନୀ
  • ||
  • ବ୍ରହ୍ମପୁର : ଏକାଧିକ ବେଆଇନ୍‌ ହୁକ୍କା ବାର୍‌ରେ ପୋଲିସର ଚଢାଉ, ୭ ମାମଲା ରୁଜୁ କରି ତଦନ୍ତ ଆରମ୍ଭ
  • ||
  • ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ
  • ||
  • ଉଦଳା : ସରକାରୀ ଚାକିରି ନାଁରେ ଠକେଇ କରୁଥିଲେ ଶିକ୍ଷକ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚେନ୍‌ ସ୍ନାଚର୍‌ଙ୍କ ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଲୁଟ୍‌, ସିସିଟିଭି ଯାଞ୍ଚ କରୁଛି ପୋଲିସ
  • ||
  • ଉମରକୋଟରେ ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଡ୍ରାଇଭର ମୃତ, ୬ ଗୁରୁତର ହସ୍ପିଟାଲରେ ଭର୍ତ୍ତି
  • ||
  • ଅନ୍ତର୍ଜାତୀୟ ବନ ଦିବସ: ଜଳୁଛି ଜଙ୍ଗଲ, ଥମୁନି ବନ୍ୟଜନ୍ତୁ ଶିକାର
  • ||
  • ଖରା ଯୋଗୁଁ ବଦଳିଲା ସମୟ, ଆଜିଠୁ ସକାଳୁଆ ସ୍କୁଲ: ପ୍ରଥମରୁ ଦ୍ୱାଦଶ ସାଢ଼େ ୬ରୁ ସାଢ଼େ ୧୦ ପାଠପଢ଼ା
  • ||
  • ତାତିରୁ ମିଳିବ ଆଶ୍ୱସ୍ତି: ଆଜି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସେୟାର ବଜାର ପାଇଁ ବ୍ଲାକ୍ ଫ୍ରାଇଡେ:୯୨ ଲକ୍ଷ କୋଟି ସଫା, ଭାଙ୍ଗିଲା ୩୦ ବର୍ଷର ପୁରୁଣା ରେକର୍ଡ

Published By : Prameya | February 28, 2025 7:41 PM

ନୂଆଦିଲ୍ଲୀ,୨୮।୨:  ଭାଙ୍ଗିଲା ୩୦ ବର୍ଷର ରେକର୍ଡ। ଭାରତୀୟ ସେୟାର ବଜାରରେ ହାହାକାର। ବ୍ଲାକ୍ ଫ୍ରାଇଡେରେ ବୁଡିଲା ନିବେଶକଙ୍କ ଟଙ୍କା। ସେୟାର ବଜାରର ଦୁଇଟି ପ୍ରମୁଖ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ପାଇଁ ଆଜି ଥିଲା ସବୁଠାରୁ ଖରାପ ଦିନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଚୀନ୍‌ର ପ୍ରଡକ୍ଟ ଉପରେ ୧୦% ଅତିରିକ୍ତ ଟ୍ୟାକ୍ସ ଲଗାଇବାର ଘୋଷଣା କରିବା ପରେ ଶୁକ୍ରବାର ସାରା ଦୁନିଆର ସେୟାର ବଜାର ହୋଇଛି ପ୍ରଭାବିତ। ଏହା ଫଳରେ ବିଏସ୍‌ଇ ସେନସେକ୍ସ ୧,୪୧୪ ଓ ଏନ୍‌ଏସ୍‌ଇର ନିଫ୍ଟି ୪୨୦ ପଏଣ୍ଟ ହ୍ରାସ ପାଇଛି। ନିବେଶକମାନେ ଏବେ ଆହୁରି ଭୟଭୀତ ଯେ ଆଗକୁ କ'ଣ ହେବ? ନିଫ୍ଟି ଅକ୍ଟୋବର 2024 ପରଠାରୁ ପ୍ରତି ମାସରେ ହ୍ରାସ ସହିତ ବନ୍ଦ ହୋଇଛି। ୫ ମାସ ମଧ୍ୟରେ ଏହା ୧୨% ହ୍ରାସ ପାଇଛି। ୧୯୯୬ ପରେ ଏହା ପ୍ରଥମ ଥର ଯେବେ ବଜାର ଲଗାତାର ପଞ୍ଚମ ମାସ ପାଇଁ ହ୍ରାସ ପାଇଛି। ପୂର୍ବରୁ ୧୯୯୬ ମସିହାରେ, ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ଲଗାତାର ୫ ମାସ ପାଇଁ ବଜାର ହ୍ରାସ ପାଇଥିଲା। ସେହି ସମୟରେ ନିଫ୍ଟି ୫୦ ଇଣ୍ଡେକ୍ସ ୨୬%  ହ୍ରାସ ପାଇଥିଲା।

 ଗତ ପାଞ୍ଚ ମାସରେ ସେନସେକ୍ସ ୧୧.୫୪ ପ୍ରତିଶତ ହ୍ରାସ ପାଇଛି, ସେଭଳି ନିଫ୍ଟି ୧୨.୬୫ ପ୍ରତିଶତ ହ୍ରାସ ପାଇଛି। ବିଏସଇ ମିଡକ୍ୟାପ୍ ବିଷୟରେ ଯଦି କଥା ହେବା ତେବେ ଏହା ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ଏବଂ ବିଏସଇ ସ୍ମଲ କ୍ୟାପ୍ ୨୨.୭୮ ପ୍ରତିଶତ ହ୍ରାସ ପାଇଛି। ଗତ ପାଞ୍ଚ ମାସ ମଧ୍ୟରେ ହ୍ରାସ ଯୋଗୁଁ BSE ବଜାର ପୁଞ୍ଜି ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ନିବେଶକଙ୍କ ଭାଲ୍ୟୁଏସନ୍ ବହୁତ ହ୍ରାସ ପାଇଛି। ୨୬ ସେପ୍ଟେମ୍ବର, ୨୦୨୪ ଠାରୁ ବିଏସଇ ସେନସେକ୍ସରେ ଥିବା କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି, ଯେତେବେଳେ ସୂଚକାଙ୍କର ବଜାର ମୂଲ୍ୟ ପ୍ରାୟ ୧୭୧ ଲକ୍ଷ କୋଟି ଟଙ୍କାର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଅନ୍ୟପକ୍ଷରେ, ସେହି ସମୟ ମଧ୍ୟରେ ସମସ୍ତ BSE-ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ମୋଟ ବଜାର ମୂଲ୍ୟ ପ୍ରାୟ ୯୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.