ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ଷ୍ଟକ୍ ମାର୍କେଟ୍‌ରେ କମ୍ପନ: ସେନସେକ୍ସ ୬୦୦ ପଏଣ୍ଟ ହ୍ରାସ

Published By : Anindita Ratha | August 26, 2025 12:00 PM

ନୂଆଦିଲ୍ଲୀ,୨୬/୦୮: ବିଶ୍ବ ଅର୍ଥନୀତିରେ ଟ୍ରମ୍ପ ଝଡ଼ ।  ଆମେରିକା ରାଷ୍ଟ୍ରପତିଙ୍କ ନୂତନ ଶୁଳ୍କ ନିଷ୍ପତ୍ତି ପରେ ସେୟାର ବଜ଼ାରରେ କମ୍ପନ ।  ଟ୍ରମ୍ପ୍ ପ୍ରଶାସନ ପୂର୍ବରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଥିଲେ। ଭାରତ ରୁଷିଆରୁ ତେଲ କିଣୁ ଥିବାରୁ ଏବେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଅତିରିକ୍ତ ୨୫% ଟିକସ ଲାଗୁ କରାଯାଇଛି। ଯାହା ଅଗଷ୍ଟ ୨୭ରୁ ଅର୍ଥାତ୍ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବାକୁଥିବା ଏହି ନିଷ୍ପତ୍ତି ଦ୍ବାରା ଭାରତକୁ ମୋଟ୍ ୫୦% ଶୁଳ୍କ ଦେବାକୁ ପଡିବ। ପ୍ରଭାବରେ ମଙ୍ଗଳବାର ଷ୍ଟକ୍ ବଜାର ଏକ ବଡ଼ ହ୍ରାସ  ଦେଖାଦେଇଛି । 

କାରବାରର ପ୍ରଥମ ଦିନରେ ନିବେଶକମାନଙ୍କୁ ଏକ ଝଟକା ଲାଗିଛି। ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେ କ୍ରାସ୍ ହୋଇ ଯାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ବା ବିଏସଇର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୮୧,୩୭୭.୯୧ରେ ଖୋଲିଥିଲା । ଏହା ପୂର୍ବରୁ  ୮୧,୬୩୫.୯୧ ଅଙ୍କରେ ବନ୍ଦ ହୋଇଥିଲା । ଯାହା ଆରମ୍ଭରୁ ବଡ ହ୍ରାସ ବୋଲି କୁହାଯାଉଛି । ସେହିପରି ମଙ୍ଗଳବାରର କାରବାରରେ ସେନସେକ୍ସ ସହିତ ନିଫ୍ଟିରେ ମଧ୍ୟ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସେନସେକ୍ସ ୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଅପରପକ୍ଷରେ ନିଫ୍ଟି ୫୦, ୨୪,୮୦୦ ସ୍ତର ତଳକୁ ଖସିଛି। ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ଷ୍ଟକରେ ସବୁଠାରୁ ବଡ଼ ହ୍ରାସ ଦେଖାଯାଇଛି। ଏହା ସହିତ ମେଟାଲ, ରିଅଲ୍ଟି ଏବଂ ବ୍ୟାଙ୍କିଙ୍ଗ୍ ଷ୍ଟକରେ ମଧ୍ୟ ବଡ଼ ବିକ୍ରୟ ହୋଇଛି। ସରକାରଙ୍କଠାରୁ ରିଲିଫ୍ ପ୍ୟାକେଜ୍ ନ ମିଳିବା ଖବର ପରେ,ଭୋଡାଫୋନ୍ ଆଇଡିଆ ସେୟାର ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଛି।

ବ୍ରୋକରେଜ୍ ଫାର୍ମଗୁଡ଼ିକର ମତରେ, ଆମେରିକାର ଶୁଳ୍କର ସବୁଠାରୁ ବଡ଼ ପ୍ରଭାବ କପଡ଼ା,ଇଞ୍ଜିନିୟରିଂ ସାମଗ୍ରୀ,ଚମଡା ଏବଂ ରାସାୟନିକ ପଦାର୍ଥ ଭଳି କମ୍ପାନୀଗୁଡ଼ିକ ଉପରେ ପଡ଼ିପାରେ। ଯାହାର ଆମେରିକା ବଜାରରେ ଏକ ବଡ଼ ଅଂଶ ରହିଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ବିକଳ୍ପ ବଜାର ଖୋଜିବା ଏବଂ ଘରୋଇ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଶୀଘ୍ର ଦୃଢ଼ ପଦକ୍ଷେପ ନିଆ ନ ଯାଏ, ତେବେ ଏହାର ପ୍ରଭାବ ଆଗାମୀ ତ୍ରୈମାସିକରେ କର୍ପୋରେଟ୍ ଆୟ ଏବଂ ବଜାର ଗତିବିଧି ଉପରେ ଅଧିକ ଗଭୀର ହୋଇପାରେ।ଅନ୍ୟପକ୍ଷରେ, ୱାଶିଂଟନ୍ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହା ପରେ, ବୁଧବାରଠାରୁ ଭାରତୀୟ ସାମଗ୍ରୀର ରପ୍ତାନି ଉପରେ ଶୁଳ୍କ ହାର ଦୁଇଗୁଣ ବୃଦ୍ଧି ପାଇ  ୫୦ ପ୍ରତିଶତ ହୋଇଯିବ। ୟୁକ୍ରେନ ଯୁଦ୍ଧ ସମୟରେ ରୁଷରୁ ତେଲ କିଣିବା କାରଣରୁ ଆମେରିକା ଭାରତ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟ୍ରମ୍ପଙ୍କ ନିଷ୍ପତ୍ତି ଏବଂ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ଦ୍ୱାରା ନୂଆଦିଲ୍ଲୀର ଆମେରିକାକୁ ପ୍ରାୟ ୮୬.୫ ବିଲିୟନ ଡଲାରର ବାଣିଜ୍ୟିକ ରପ୍ତାନି ଉପରେ ସିଧାସଳଖ ପ୍ରଭାବ ପଡ଼ିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.