ନୂଆଦିଲ୍ଲୀ : କାଲିଫର୍ନିଆର ଲୁସିଲ୍ ଆଭେନ୍ୟୁରେ ଗତକାଲି (ଶିନିବାର) ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅତି କମରେ ପାଞ୍ଚ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାନ୍ ଜୁଆକ୍ୱିନ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ କହିଛି ଯେ, ମାମଲାଟି ଏପର୍ଯ୍ୟନ୍ତ ତଦନ୍ତ ଅଧିନରେ ଅଛି ଏବଂ କୌଣସି ଗିରଫଦାରୀ କରାଯାଇ ନାହିଁ।
ପୋଲିସ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରିଛି ଏବଂ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। କର୍ତ୍ତୃପକ୍ଷ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ସାକ୍ଷୀ ମାନଙ୍କୁ ପଚରାଉଚରା କରୁଛନ୍ତି। ଗୁଳିକାଣ୍ଡ ପଛରେ କାରଣ ଏବଂ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରିପୋର୍ଟ ଅନୁଯାୟୀ, ଘଟଣାରେ ପିଲା ମାନେ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣରେ ଜଣେ ୯ ବର୍ଷୀୟ ଶିଶୁ, ଜଣେ ୧୨ ବର୍ଷୀୟ ଶିଶୁ ଏବଂ ଜଣେ ୨୩ ବର୍ଷୀୟ ଯୁବକ ଆହତ ହୋଇଛନ୍ତି। ପୋଲିସ ଅଞ୍ଚଳରେ ରାସ୍ତା ବନ୍ଦ କରିଦେଇଛି।