ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚମ୍ପୁଆରୁ ଚୋରି ଇକୋ ଭ୍ୟାନ ଝାଡ଼ଖଣ୍ଡ ଚାଇଁବାସାରୁ ଜବତ, ଗାଡି ଭିତରୁ ମିଳିଲା ମଦ ପେଟି

Published By : Suraj Kumar | January 23, 2025 4:40 PM

ବଡବିଲ, ୨୩।୧ :  ଚମ୍ପୁଆରୁ  ମଙ୍ଗଳବାର ବିଳମ୍ବିତ ରାତିରେ  ଚୋରି ହୋଇଥିବା ଏକ ଇକୋ ଭ୍ୟାନକୁ ଝାଡ଼ଖଣ୍ଡ ଚାଇଁବାସାରୁ ପୋଲିସ୍ ଜବତ କରିଛି। ଗାଡ଼ି ଭିତରୁ ଅନେକ ଗୁଡ଼ିଏ ମଦ ପେଟି ମିଳିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । 

ଚମ୍ପୁଆର ଏମ୍ ଡି ଖୁରସିଦଙ୍କ ଇକୋ ଭ୍ୟାନଟି ସବୁଦିନ ପରି ଘର ସମ୍ମୁଖରେ ମଙ୍ଗଳବାର ରାତିରେ ରଖାଯାଇଥିଲା। ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଘର ସମ୍ମୁଖରୁ ଗାଡ଼ିଟି ଚୋରି କରି ନେଇ ଫେରାର ହୋଇଯାଇଥିଲେ । ଏନେଇ ଗାଡ଼ି ମାଲିକ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ।  ଚମ୍ପୁଆ ପୋଲିସ୍ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି  ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ଗୋଧୂଳି ରାସ୍ତା ଦେଇ  ଗାଡିଟି ଝାଡ଼ଖଣ୍ଡ ଯାଇଛି।  ଯିବାବେଳେ ଝାଡ଼ଖଣ୍ଡ ସୀମାରେ ଥିବା ଦେଓଗାଁ ସରକାରୀ ମଦ ଦୋକାନର ସଟର ଭାଙ୍ଗି ମଦ ଲୁଟ କରି ଗାଡ଼ିରେ ନେଇ ଦୁବୃର୍ତ୍ତ ଫେରାର ହୋଇଯାଇଥିଲେ । ଗାଡିରୁ ତେଲ ସରିଯିବା ଫଳରେ ଦୁବୃର୍ତ୍ତମାନେ ଗାଡ଼ିକୁ  ଚାଇଁବାସା ନିକଟରେ ଛାଡ଼ି ଫେରାର ହୋଇଯାଇଥିଲେ। ତେବେ ପୋଲିସ୍ ସେମାନଙ୍କୁ ଅନୁସରଣ କରି ଚାଇଁବାସା ନିକଟରେ ଗାଡ଼ିକୁ ଜବତ କରିଥିଲା ।  ତେବେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ  ଜୋରଦାର କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.