ଉଦଳା, ୧୭/୧୦ : ଆକ୍ସନ ମୋଡ୍ରେ ପୁଲିସ ପ୍ରଶାସନ । ଏକ ବେଆଇନ ମାଙ୍କଡା ପଥର ବୋଝେଇ ଡମ୍ପରକୁ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳରୁ ଜବତ କରିଛି ଉଦଳା ପୁଲିସ । ଜବତ ହୋଇଥିବା ମାଙ୍କଡ଼ା ପଥର ଆନୁମାନିକ ମୂଲ୍ୟ ୨୦ ହଜାର ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ୩ଦିନ ପୂର୍ବରୁ ଉଦଳା ପୁଲିସ ୬ଟି ମୋରମ ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ଶୁକ୍ରବାର ଏକ ବେଆଇନ ମାଙ୍କଡା ପଥର ବୋଝେଇ ଡମ୍ପର ଜବତ ହୋଇଛି । ଏହି ଡମ୍ପରଟିକୁ ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳରୁ ଜବତ କରାଯାଇଛି । ଏହି ଘଟଣା ପରେ ମାଫିଆମାନଙ୍କ ମଧ୍ୟରେ ଛନକl ପଶି ଯାଇଛି।