ଗୋପାଳପୁର ୦୫/୦୫ ଜଣେ ଯୁବକକୁ ପଥର ଛେଚି ଆକ୍ରମଣ କରିଥିବା ମାମଲାରେ ଗୋପାଳପୁର ପୁଲିସ ୨ ଜଣକୁ ଅଟକ ରଖି ତଦନ୍ତ କରୁଛି l ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ବ୍ରହ୍ମପୁର ଆଙ୍କୁଲି ମାଳି ସାହିର ସମିର ମଣ୍ଡଳ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ଶନିବାର ରାତି ପ୍ରାୟ ୧୧ ସମୟରେ ଖୋଡାସିଂ ନିକଟରେ ଥୂବା ବ୍ଲାକ ସି ବାର ନିକଟରେ ସମିର ଓ ସାଙ୍ଗ ଆଶିଷ ଚୌଧୁରୀ କିଛି ଅଜଣା ଲୋକଙ୍କ ସହ ବଚସା ହୋଇଥିଲା l ପରେ ସେଠାରୁ ଗାଡ଼ିରେ ଯିବା ସମୟରେ ୫ ରୁ ୬ ଜଣ ହୋଇ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ଆଶିଷ ପ୍ରତିବାଦ କରିବାରୁ ତାକୁ ମାଡ଼ ମାରିଥିଲେ l ସମିର ପଚାରିବାରୁ ତାକୁ ମଧ୍ୟ ଇଟା ଏବଂ ପଥରରେ ମୁଣ୍ଡକୁ ଓ ଦେହକୁ ଆକ୍ରମଣ କରିଥିଲେ l ଆକ୍ରମଣ ପରେ ମୁଣ୍ଡ ଫାଟି ବେହୋସ ହେବା ପରେ ମରି ଗଲା ଭାବି ନିକଟରେ ଥିବା ଏକ ଗୁଡ଼ି ଗଦାରେ ଶୁଆଇ ସେଠାରୁ ଚାଲି ଯିବା ସହ ସୁନା ଚେନ ଓ ସୁନା ଲକେଟ ନେଇ ଚମ୍ପଟ ମାରିଥିଲେ l ପରେ ଉପସ୍ଥିତ ଥିବା ସାଙ୍ଗ ମାନେ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ନେଇଥିଲେ l ସମିରଙ୍କ ମୁଣ୍ଡରେ ୧୮ଟି ସିଲାଇ ପଡିଥିଲା l ସୁସ୍ଥ ଅନୁଭବ ପରେ ସମିର ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୩୨/୨୫ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲା । ଅଞ୍ଚଳର ସିସି କ୍ୟାମେରା ଯାଞ୍ଚ କରି ସମ୍ପୃକ୍ତ ଥିବା ଖୋଡାସିଂ ଅଂଚଳର ବିରୁ ଦାସ ଓ ଡ଼ମ୍ବୁରୁ ଦାସକୁ ଆଣି ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏଥି ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଖୋଜା ଖୋଜି କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି l