ନୂଆଦିଲ୍ଲୀ,୨୨/୦୪; ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହୋର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସ ତୀବ୍ର ହୋଇଛି । ବୁଧବାର ଲଣ୍ଡନରେ ଏକ ଦୁନିଆ ଦିନିଆ ବୈଠକ ଆରମ୍ଭ ହେବ । ଯେଉଁଥିରେ ୩୦ରୁ ଅଧିକ ଦେଶର ସାମରିକ ଅଧିକାରୀମାନେ ଅଂଶଗ୍ରହଣ କରିବେ । ଏହି ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଜାହାଜ ଚଳାଚଳକୁ ସୁରକ୍ଷା ଦେବା ଏବଂ ରଣନୈତିକ ସହମତିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏକ ବିସ୍ତୃତ ସାମରିକ ଯୋଜନା ବିକଶିତ କରିବା । ହୋର୍ମୁଜ ପ୍ରଣାଣୀ ଦେଇ ଜାହାଜ ପରିବହନରେ ଗମ୍ଭୀର ବାଧା ସୃଷ୍ଟି ଦ୍ୱାରା ଅନେକ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି । ୩୦ ଦେଶ ହୋର୍ମୁଜ ମାର୍ଗକୁ ଖୋଲିବାକୁ ମିଳିତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ହୋର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁନଃ ଆରମ୍ଭ କରିବା ପାଇଁ ବୁଧବାର ଲଣ୍ଡନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୦ରୁ ଅଧିକ ଦେଶର ସାମରିକ ଯୋଜନାକାରୀମାନେ ଅଂଶଗ୍ରହଣ କରୁଛନ୍ତି । ୟୁକେ ପ୍ରତିରକ୍ଷା ମନ୍ତ୍ରଣାଳୟ ନେତୃତ୍ୱରେ ଏହି ବୈଠକର ଲକ୍ଷ୍ୟ ହେଉଛି ପରିସ୍ଥିତି ଫେରିବା ପରେ ସମୁଦ୍ର ପଥଗୁଡିକୁ ସୁରକ୍ଷିତ ରଖିବା ପାଇଁ ଏକ ଠୋସ୍‌ ସାମରିକ ରଣନୀତି ବିକଶିତ କରିବା ।

ଯୋଜନା କ'ଣ ?  ବ୍ରିଟିଶ ପ୍ରତିରକ୍ଷା ସଚିବ ଜନ୍ ହିଲି କହିଛନ୍ତି, ଲଣ୍ଡନରେ ଅନୁଷ୍ଠିତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି କୂଟନୈତିକ ଚୁକ୍ତିନାମାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା । ଏହାଦ୍ୱାରା ହୋର୍ମୁଜ ପ୍ରଣାଳୀ ନୌଚାଳନା ସ୍ୱାଧୀନତା ସୁନିଶ୍ଚିତ ହୋଇପାରିବ । ଏକ ସ୍ଥାୟୀ ଯୁଦ୍ଧବିରତିକୁ ସମର୍ଥନ କରାଯାଇପାରିବ । ବୈଠକରେ ସାମରିକ କ୍ଷମତା, କମାଣ୍ଡ ଏବଂ ନିୟନ୍ତ୍ରଣ ଭିତ୍ତିଭୂମି ଏବଂ ଏହି ଅଞ୍ଚଳରେ ସୈନ୍ୟ ମୁତୟନ ପାଇଁ ସମ୍ଭାବ୍ୟ ରଣନୀତି ବିଷୟରେ ଆଲୋଚନା କରାଯିବ । ତଥାପି ସ୍ଥାୟୀ ଯୁଦ୍ଧବିରତି ହେବା ପରେ ହିଁ ମିଶନ ଆରମ୍ଭ କରାଯିବ ।

ଏହା ବି ପଢନ୍ତୁ...US- Iran Tension: ଟ୍ରମ୍ପ ଇରାନ ସହ ବଢାଇଲେ ଅସ୍ତ୍ରବିରତି; ହୋର୍ମୁଜ ଅବରୋଧ ଜାରି, ତେହେରାନ କହିଲା ଏହା ଚାଲ୍  

ନେତୃତ୍ୱ ନେଉଛନ୍ତି ବ୍ରିଟିଶ ଏବଂ ଫ୍ରାନ୍ସ- ରଏଟର୍ସ ରିପୋର୍ଟ କରିଛି ଯେ, ପୂର୍ବରୁ ଅଧିକ ଦେଶ ପ୍ରସ୍ତାବିତ ମିଶନରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହାର ନେତୃତ୍ୱ ବ୍ରିଟେନ ଏବଂ ଫ୍ରାନ୍ସ ନେତୃତ୍ୱ ନେବେ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ପରିବହନ କରୁଥିବା ଜାହାଜର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ  ରଖିଛି । ଗତ ସପ୍ତାହରେ ୟୁରୋ, ଏସିଆ ଏବଂ ମଧ୍ୟପ୍ରାଚ୍ୟର ପ୍ରାୟ ୫୦ଟି ଦେଶ ଏକ ଭର୍ଚୁଆଲ ବୈଠକରେ ଅଂଶଗ୍ରହଣ କରିବା ପରେ ଏହି ଯୋଜନା ଆହୁରି ଗତି ପାଇଲା ଯାହାକୁ ଏକ ବିଶ୍ୱସ୍ତରୀୟ ସାମୂହିକ ପଦକ୍ଷେପ ଭାବରେ ଦେଖାଯାଉଛି ।

​​​​​​​ଆମେରିକା ଅବରୋଧ ଉଠାଇ ନାହିଁ- ଆମେରିକା ଇରାନ ସହିତ ଯୁଦ୍ଧବିରତିକୁ ବଢାଇବାକୁ ଘୋଷଣା କରିଛି । କିନ୍ତୁ ହୋର୍ମୁଜ ପ୍ରଣାଳୀ ଉପରେ ଅବରୋଧ ଉଠାଇବାକୁ କହିନାହିଁ । ଅର୍ଥାତ ପୂର୍ବପରି ଆମେରିକାରର ହୋର୍ମୁଜ ଉପରେ କବଜା ଜାରି ରହିବ । ପୂର୍ବରୁ ଦୁଇ ଦେଶ ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧବିରତି ହୋଇଥିଲା । ଯୁଦ୍ଧବିରତି ସମୟରେ ହୋର୍ମୁଜ ପ୍ରଣାଳୀ ଉପରେ ଉତ୍ତେଜନା ଲାଗି ରହିଥିଲା । ଇରାନ ଏହି ରାସ୍ତା  ବନ୍ଦ କରିବା ପରେ ଆମେରିକା ସେଠାରେ ମଧ୍ୟ ଅବରୋଧ ଘୋଷଣା କରିଥିଲା । ଯାହା ପରିସ୍ଥିତିକୁ ଆହୁରି ଖରାପ କରିଥିଲା ।