ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

‘ଚାପରେ ଅଛି, ଜୀବନ ହାରିବାକୁ ଚାହୁଁଛି’: ଫ୍ୟାନ୍‌ରେ ରଶି ଲଗାଇ ଝୁଲିପଡ଼ିଲେ ବିଜେପି ନେତ୍ରୀ

Published By : Tapas Panda | December 2, 2024 9:50 PM

ନୂଆଦିଲ୍ଲୀ: ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୁରଟର ଓ୍ବାର୍ଡ ୩୦ରେ ମହିଳା ମୋର୍ଚ୍ଚା ସଭାପତି ଦୀପିକା ପଟେଲ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ‘ହିନ୍ଦୁସ୍ତାନ ଟାଇମ୍ସ’ରେ ରିପୋର୍ଟ ପ୍ରକାଶ ପାଇଛି । ଗତକାଲି (ରବିବାର) ଅପରାହ୍ଣ ୨ଟା ସମୟରେ ଭିମରାଡସ୍ଥିତ ନିଜ ଘରେ ମହିଳା ନେତ୍ରୀ ଜୀବନ ହାରିଛନ୍ତି । ଏନେଇ ଡିସିପି ବିଜୟ ସିଂହ ଗୁର୍ଜାର ସୂଚନା ଦଇେଛନ୍ତି । 

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ଦୀପିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପଛର କାରଣ ସଂପର୍କରେ ଡିସିପି କହିଛନ୍ତି ଯେ, ଦୀପିକା ଓ୍ବାର୍ଡ ୩୦ର କର୍ପୋରେଟର ଚିରାଗ ସୋଲଙ୍କିଙ୍କୁ ଭାଇ ଭଳି ସ୍ନେହ କରୁଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ଦୀପିକା, ସୋଲଙ୍କିକୁ ଫୋନ୍‌ କରି ଚାପରେ ଅଛନ୍ତି ବୋଲି କହିବା ସହ ଜୀବନ ହାରିବାକୁ ଚାହୁଁଥିବା କହିଥିଲେ ।  ଏହା ଶୁଣିବା ପରେ ସୋଲଙ୍କି ବିଜେପି ନେତ୍ରୀଙ୍କ ଘରେ ପହଞ୍ଚିଥିଲେ ।

 ଦୀପିକାଙ୍କ ପାଖରୁ କୌଣସି ଉତ୍ତର ନପାଇବାରୁ କର୍ପୋରେଟର ତାଙ୍କ ବେଡରୁମ୍‌ର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଦୀପିକା ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଥିବା ସେ ଦେଖିଥିଲେ ବୋଲି ଡିସିପି କହିଛନ୍ତି । ସେପଟେ ସୋଲଙ୍କି ବିଜେପି ନେତ୍ରୀଙ୍କ ଘରେ ପହଞ୍ଚିବା ବେଳକୁ ତାଙ୍କ ପତି ସେଠାରେ ନଥିଲେ । ଦୀପିକାଙ୍କ ପିଲାମାନେ ଘରେ ଥିଲେ । ସୋଲଙ୍କି ସାଙ୍ଗେସାଙ୍ଗେ ଦୀପିକା ପଟେଲଙ୍କୁ ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଖବର ଅନୁସାରେ, ଦୀପିକାଙ୍କ ପତି ଜଣେ ଚାଷୀ ହୋଇଥିବା ବେଳେ ତାଙ୍କର ୩ ଜଣ ପିଲା ଅଛନ୍ତି । ପିଲାମାନଙ୍କ ବୟସ ଯଥାକ୍ରମେ ୧୩, ୧୪ ଏବଂ ୧୬ ବର୍ଷ । ତେବେ ଦୀପିକାଙ୍କ ଆତ୍ମହତ୍ୟା ଲାଗି ପରିବାର ଲୋକେ କୌଣସି ବ୍ୟକ୍ତିଙ୍କୁ ଦାୟୀ କରିନାହାନ୍ତି । ପୋଲିସ ବିଜେପି ନେତ୍ରୀଙ୍କ ଫୋନ୍‌ ଡାଟାକୁ ଏକାଠି କରି ଆତ୍ମହତ୍ୟାର କାରଣ ଖୋଜୁଛି ବୋଲି ଡିସିପି ବିଜୟ ସିଂହ କହିଛନ୍ତି ।। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.