ସମ୍ବଲପୁର, ୨୯|୭(ବ୍ୟୁରୋ ):- କ୍ରିକେଟ ଖେଳିବା ବେଳେ ଅଘଟଣ। ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ। ମୃତ ଛାତ୍ର ଜଣଙ୍କ ହେଲେ ଉତ୍କର୍ଷ ସିଂ ଚୌହାନ(୧୮)। ରେଲୱେ କ୍ରିକେଟ ଷ୍ଟାଡ଼ିୟମରେ ଏହି ଘଟଣା ଘଟିଛି।
ରେଲୱେ କ୍ରିକେଟ ଷ୍ଟାଡ଼ିୟମରେ ଉତ୍କର୍ଷ କ୍ରିକେଟ ଖେଳୁଥିବା ସମୟରେ ଏକ ଫୁଲଟସ ବଲଟି ଆସି ତାଙ୍କ ଛାତିରେ ବାଜି ଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଭୀମସାର ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ ଉତ୍କର୍ଷଙ୍କ ଘର ହେଉଛି ଶାସନ ଥାନାଞ୍ଚଳ ମାଝିପାଲିରେ। ପ୍ରତିଦିନ ସେ ଏଠାକୁ କ୍ରିକେଟ ଅଭ୍ୟାସ କରିବାକୁ ଆସନ୍ତି। ମଙ୍ଗଳବାର ସକାଳୁ ଅଭ୍ୟାସ ସମୟରେ ଏପରି ଘଟଣା ଘଟିଛି। କ୍ଷେତରାଜପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।