ଆନନ୍ଦପୁର,୧୪।୪ :   ଆଇ ଆମ ସରି,  ଲାଷ୍ଟ ଡେ,  ଆଉ କାହା କଥା ପାଇଁ ମୁଁ ନିଜେ ଫସିଗଲି । ସେଥିପାଇଁ   ମୁଁ ମୋ ଭୁଲ୍ ମାଗୁଛି । ଆଜି ମୋର ଭୁଲ ନଥିଲେ ବି ମୁଁ ଖରାପ ହେଇଗଲି । ସେଥିପାଇଁ ସମସ୍ତଙ୍କ ଠୁ ବହୁତ୍ ଦୁରକୁ ଚାଲିଲି ।  ମୋତେ ସମସ୍ତେ କ୍ଷମା କରିଦେବେ । ହ୍ବାଟସଆପରେ  ଏଭଳି ଏକ ଷ୍ଟାଟସ୍  ଦେଇ ଜଣେ ଯୁବତୀ ବେକରେ ଓଡଣୀ ଲଗାଇ ଝୁଲିପଡି ଆତ୍ମହତ୍ୟା   କରିଛନ୍ତି  । ଆନନ୍ଦପୁର ପୌରାଞ୍ଚଳ ଅଧିନ ଫକିରପୁର ତାରିଣୀ ମହିଳା ମେସ୍ ଠାରେ ଘଟିଛି ଏଭଳି ଏକ ଘଟଣା ଘଟିଛି।   ମୃତା ଛାତ୍ରୀ ଜଣକ ହେଲେ ମାନସୀ  ନାୟକ।   ଘର ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲ ଗାଁ ରେ ।

 ସେ ଏଠାରେ ରହି ଆନନ୍ଦପୁର ମହାବିଦ୍ୟାଳୟ ଠାରେ ଯୁକ୍ତ ୩  ଶେଷବର୍ଷ ବିଜ୍ଞାନ ପାଠ ପଢୁଥିଲେ ।  ଖବର ପାଇ ଆନନ୍ଦପୁର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତା ଛାତ୍ରୀର ମୋବାଇଲ୍ ଜବତ କରିବାସହ ମେସ୍ ରେ ଥିବା ଅନ୍ୟ ଅନ୍ତେବାସୀ ଙ୍କୁ  ପଚାରା ଉଚାରା ଚଳାଇଛି । ତେବେ ଷ୍ଟାଟସ୍ ର ଲେଖା କୁ ଦେଖିଲେ ଆତ୍ମହତ୍ୟା  ପଛରେ କିଛି   ଭିନ୍ନ କାରଣ ରହିଥିବା ସଂନ୍ଦେହ ହୋଇଛି ।