ଭୁବନେଶ୍ୱର, ୧୯/୦୩: ଏମିତି ବି ଆସେ ମୃତ୍ୟୁ । କଲେଜ ଯାଉଥିଲେ ୩ ଜଣ ଛାତ୍ର । ଚଳନ୍ତା ବାଇକ୍ ଉପରେ ଭାଙ୍ଗି ପଡିଲା ଗଛ ଡାଳ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଛିଞ୍ଚିର ଗାଁର ମହେନ୍ଦ୍ର ନାୟକ ଏବଂ ଗୁରୁତର ଛାତ୍ର ଦ୍ୱୟ ଜୟପୁର ଅଞ୍ଚଳର ଧର୍ମମାଳି ଏବଂ କମୁଲୁ ହରିଜନ ବୋଲି ଜଣା ପଡିଛି । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ମହୁଲି ଘାଟିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଛିଞ୍ଚିର ଗାଁର ମହେନ୍ଦ୍ର ନାୟକ, ଜୟପୁର ଅଞ୍ଚଳର ଧର୍ମମାଳି ଏବଂ କମୁଲୁ ହରିଜନ ବୈପାରୀଗୁଡ଼ା ଡିଗ୍ରୀ କଲେଜରେ ପାଠ ପଢୁଥିଲେ । ବୁଧବାର ସକାଳେ ତିନି ସାଙ୍ଗ ଏକାଠି ହୋଇ ଏକ ବାଇକ୍ ଯୋଗେ କଲେଜ ଯାଉଥିଲେ । ବାଟରେ ଯିବା ବେଳେ ବୈପାରୀଗୁଡା ଥାନା ଅନ୍ତର୍ଗତ ମହୁଲି ଘାଟିରେ ବାଇକ୍ ଉପରେ ଏକ ଗଛ ଡାଳ ଭାଙ୍ଗି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବୈପାରୀଗୁଡା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।