ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଛାତ୍ରସଂସଦ ନିର୍ବାଚନ ପାଇଁ ଚଳଚଞ୍ଚଳ କ୍ୟାମ୍ପସ୍‌ :୨୫ରେ ବିଜେପିର ସମ୍ବିଧାନ ହତ୍ୟା ଦିବସକୁ ବିଜେଡିର ଛାତ୍ର ଧର୍ମଘଟ ଡାକରା

Published By : Prameya | June 24, 2025 12:14 PM

ଭୁବନେଶ୍ୱର,୨୪/୦୬: ରାଜ୍ୟରେ ଗତ  ୮ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ହୋଇନାହିଁ । ଯାହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଦୀର୍ଘ ଦିନ ହେବ ଅସନ୍ତୋଷ କୁହୁଳୁଥିଲା । ବିଜେପି  ସରକାର ଗଠନ କଲେ ଛାତ୍ର ସଂସଦ ନିର୍ବାଚନ କରିବ ବୋଲି କହିଥିଲା । ତେଣୁ ଚଳିତବର୍ଷ ଦଶହରା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ କହିବା ପରେ ଏବେ ଏହାକୁ ନେଇ ଜୋର୍‌  ଧରିଛି ରାଜ୍ୟ ରାଜନୀତି । କ୍ୟାମ୍ପସ୍‌ ଦଖଲ ପାଇଁ ତିନି ପ୍ରମୁଖ ଦଳ ରଣନୀତି କରିବା ଆରମ୍ଭ କରିଛନ୍ତି । 

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟର ସମସ୍ତ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡ଼ିଛି । ପୁଣି  ଛାତ୍ରନେତାମାନେ କ୍ୟାମ୍ପସରେ ଆଡ୍ଡା କଲେଣି। ନାମ ଲେଖିବା ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ  ଆବେଦନ କରିବାଠୁ ଆରମ୍ଭ କରି ପ୍ରବେଶିକା ପରୀକ୍ଷା ପର୍ଯ୍ୟନ୍ତ ସବୁଥିରେ ସାହାଯ୍ୟ କରିବାକୁ  ଆଗେଇ ଆସୁଛନ୍ତି ଛାତ୍ରନେତା । ଲକ୍ଷ୍ୟ କେବଳ ଛାତ୍ରସଂସଦ ନିର୍ବାଚନରେ ସମର୍ଥନ ହାସଲ  କରିବା । ଏମିତି କି କିଛି କ୍ୟାମ୍ପସରେ ଛାତ୍ର ସଙ୍ଗଠନଗୁଡ଼ିକ ପକ୍ଷରୁ ହେଲ୍ପଡେସ୍କ କରି ଏବେଠୁ ସାହାଯ୍ୟ ଆଳରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ହେଲେ କ୍ୟାମ୍ପସରେ କେଉଁ ସଙ୍ଗଠନର କାହାର ଦବ୍‌ଦବା ଅଧିକ, ତାହାକୁ ନେଇ ବିଜେପି ଓ  ବିଜେଡି କଡ଼ା ଟକ୍କର ଦେବା ଆରମ୍ଭ କରିଛନ୍ତି । 

ଆସନ୍ତା ୨୫ ତାରିଖରେ ବିଜେପି ପକ୍ଷରୁ ସମ୍ୱିଧାନ ହତ୍ୟା ଦିବସ ପାଳନ କରିବାକୁ ଡାକରା ଦିଆଯାଇଛି । ସେହିଦିନ ବିଜେଡି ରାଜ୍ୟବ୍ୟାପୀ ଛାତ୍ର ଧର୍ମଘଟ କରିବାକୁ ଡାକରା ଦେଇଛି । ଶାସନରୁ ଯିବା ପରେ ବିଜେଡି ବର୍ଷେ ପରେ ପ୍ରଥମ ଥର ସିଧା ଲଢେଇ ପାଇଁ ଆହ୍ୱାନ ଦେଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ପଡ଼ିଛି । 

ବିଜେଡିର ଆନ୍ଦୋଳନ ଡାକରା ପ୍ରସଙ୍ଗରେ  ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି,  ବିଜେଡି ଛାତ୍ର, ଯୁବ ଓ ମହିଳାମାନେ ଆନ୍ଦୋଳନ କରୁଛନ୍ତି । ହେଲେ ବିଜେଡି ଦଳ କାହିଁକି କିଛି  କରୁନି । ବିଧାନସଭାରେ ବିଜେଡି କାହିଁକି  ଚୁପ ରହିଲା?  ବିଜେଡି କଂଗ୍ରେସ ମିଶିକି ବିଧାନସଭାରେ ଚର୍ଚ୍ଚା କରିପାରିଥାନ୍ତେ । ବିଜେଡି  ଏହାର ଜବାବ ଦେଉ । ଦୋଷୀ ଭଳି କାହିଁକି ହେଉଛି । ବିଜେଡି ନାରୀ ନିର୍ଯାତନା ପ୍ରସଙ୍ଗରେ  ବିଜେପି ସରକାର ବିରୋଧରେ ଆନ୍ଦୋଳନ କରୁ । କଂଗ୍ରେସ ଆନ୍ଦୋଳନ କରୁଛି, ଆଗକୁ ଆହୁରି ବ୍ୟାପକ ହେବ ବୋଲି ଭକ୍ତ କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରୁ ପୂର୍ବ  ସରକାର ବିଭିନ୍ନ ବାହାନା ଦେଖାଇ ଛାତ୍ର ସଂସଦ  ନିର୍ବାଚନ ବନ୍ଦ କରିଥିଲେ । ବିଜେପି ସରକାରକୁ  ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ନେଇ  ପ୍ରତିଶ୍ରୁତି ଦେଇଥିଲା । ସରକାର ଆସିବା ପରେ  ଗତବର୍ଷ ସମୟ ଅଭାବ ଥିବା ଦର୍ଶାଇ ଛାତ୍ର  ସଂସଦ ନିର୍ବାଚନ କରିନଥିଲେ । ମାତ୍ର ଚଳିତବର୍ଷ  ଛାତ୍ରସଂସଦ ନିର୍ବାଚନ ଦଶହରା ପୂର୍ବରୁ କରିବାକୁ  ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଏବେ ସବୁ କ୍ୟାମ୍ପସ୍‌  ପୁଣି ନିର୍ବାଚନ ମୁହାଁ ହୋଇଥିବା ସ୍ପଷ୍ଟ ବାରି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.