ନୂଆଦିଲ୍ଲୀ : ହାତ ଯୋଡ଼ି ଖେଳାଳିଙ୍କ ସାମ୍ନାକୁ ଆସିଥିବା ସାଂସଦ ମହୋଦୟଙ୍କ ଉପରେ ଜଣେ ଛାତ୍ରୀ ଖୁବ୍ ରାଗି ଗଲେ। ଘଟଣାଟି ମଧ୍ୟ ପ୍ରଦେଶର ଚନ୍ଦଲାରେ ଘଟିଛି। ଛାତ୍ରୀ ଜଣଙ୍କ ସାହସର ସହ କହିଥିଲେ – ନମସ୍ତେ ତ ଠିକ୍ ..., ଆପଣଙ୍କ ପାଇଁ ଆମ ଲୋକ ଅନେକ ସମୟ ହେଲା ଅପେକ୍ଷା କରିଛନ୍ତି , ଆମ ପାଖରେ ଫାଲତୁ ସମୟ ଅଛି କି ? ଛାତ୍ରୀ ଖେଳାଳିଙ୍କ ଦ୍ୱାରା ସାଂସଦ ଭିଡି ଶର୍ମାଙ୍କୁ ନିରୀହ ଅନ୍ଦାଜରେ ତାଗିଦ୍ କରିବାର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି।

ମାମଲାଟି ମଧ୍ୟ ପ୍ରଦେଶର ଚନ୍ଦଲାରେ ଆୟୋଜିତ ହେଉଥିବା ‘ସାଂସଦ ଖେଳ ମହୋତ୍ସବ’ର। ଏଠାରେ ମୁଖ୍ୟ ଅତିଥି ଭାବେ ସାଂସଦ ଭିଡି ଶର୍ମା ଆସିବାକୁ ଥିଲେ। ସ୍ଥିର କାର୍ଯ୍ୟକ୍ରମ ମୁତାବିକ , ଛାତ୍ରୀଙ୍କୁ ସକାଳ ୯-୧୦ଟା ସମୟ ମଧ୍ୟରେ ଡକାଯାଇ ଥିଲା। କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା। ସାଂସଦଙ୍କର ଆସିବାରେ ଖୁବ୍ ବିଳମ୍ୱ ହୋଇ ଗଲା। ଏଥିଯୋଗୁଁ କାର୍ଯ୍ୟକ୍ରମ ଦ୍ୱିପ୍ରହର ସମୟ ପାଖାପାଖି ୩ଟାରେ ଆରମ୍ଭ ହୋଇ ଥିଲା। ସକାଳ ଠାରୁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀ ମାନେ ଖୁବ୍ ନିରାଶ ହୋଇ ସାରି ଥିଲେ।

ଯେମିତି ସାଂସଦ ଆସିଲେ ଏବଂ ଛାତ୍ରୀଙ୍କ ସହ ପରିଚୟ କରିବାକୁ ଆଗକୁ ବଢିଲେ, ଜଣେ ଛାତ୍ରୀ ପୂର୍ଣ୍ଣ ସାହସର ସହ ତାଙ୍କୁ ବିଳମ୍ୱ ନେଇ ତାଗିଦ କରି ଥିଲେ।

ସାଂସଦ ଛାତ୍ରୀଙ୍କ କଥା ଶୁଣି ହସି ହସି କୋଳେଇ ନେଇଥିଲେ ଏବଂ ପିଠି ଥାପୁଡେଇ ଥିଲେ। ଏହି ମଧ୍ୟରେ ପଛରୁ ଶବ୍ଦ ଆସିବାର ଶୁଣାଯାଉଛି , ଆରେ ,ଆରେ ... ବହୁତ ତ କହୁଛ...ଭିଡ଼ିଓରେ ଛାତ୍ରଛାତ୍ରୀ ସାଂସଦଙ୍କୁ ଭେଟି ଖୁବ୍ ଖୁସି ନଜର ଆସି ଥିଲେ। ବିଳମ୍ୱରେ ଆସିଥିବା ସାଂସଦ ଭିଡ଼ି ଶର୍ମା ସ୍ପଷ୍ଟୀକରଣ ଦେଇ କହିଥିଲେ –ଏହା ବାସ୍ତବିକ ଅବୁଝାମଣା ଯୋଗୁଁ ହୋଇଛି। ସେ କହିଛନ୍ତି ଯେ, ତାଙ୍କୁ ମୁଖ୍ୟ ଅତିଥି କାର୍ଯ୍ୟକ୍ରମ ଭାବେ ଆୟୋଜକମାନେ ଦ୍ୱିପ୍ରହର ୨ଟା ସମୟରେ ଡ଼ାକି ଥିଲେ ଏବଂ ସେ ଠିକ୍ ସମୟରେ ପହଞ୍ଚି ଯାଇଥିଲେ। ସେପଟେ, ଖେଳାଳିଙ୍କୁ ସକାଳ ସମୟ ପାଖାପାଖି ୧୦ଟାରେ ଡ଼କାଯାଇ ଥିଲା।