ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ହିଜାବକୁ ବିରୋଧ କରି ରାସ୍ତା ମଝିରେ ପିନ୍ଧିଥିବା ପୋଷାକ କାଢିଦେଲେ ଛାତ୍ରୀ

Published By : Anindita | November 3, 2024 12:08 PM

ନୂଆଦିଲ୍ଲୀ,୦୩/୧୧:  ଇରାନରେ ଚାଲିଥିବା ହିଜାବ ବିରୋଧି ବିବାଦ ନେଇଛି ତୀବ୍ର ରୂପ ।ନିକଟରେ ଜଣେ ମହିଳା ରାସ୍ତା ମଝିରେ ନିଜର ପିନ୍ଧିଥିବା ପୋଷାକ କାଢି  କରିଛନ୍ତି ଅଜବ ବିରୋଧ  । ଯାହାର  ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି । 

ତେବେ ରିପୋର୍ଟ ଅନୁଯାୟୀ, ହିଜାବ ବିରୋଧ ପାଇଁ ଶନିବାର ଇରାନର ଏକ ବିଶ୍ୱବିଦ୍ୟାଳୟରେ ନିଜର ପୋଷାକ କାଢି ଦେଇଥିଲେ ମହିଳା । ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଅଜ୍ଞାତ ମହିଳାଙ୍କୁ ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟର ସୁରକ୍ଷାକର୍ମୀ ଅଟକ ରଖିଛନ୍ତି । ତେବେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ମୁଖପାତ୍ର ଅମୀର ମହଜୁବ କହିଛନ୍ତି, ପୋଲିସ ଷ୍ଟେସନରେ ଜଣାପଡିଲା କି ମହିଳା ଜଣକ ଗମ୍ଭୀର ମାନସିକ ରୋଗରେ ପୀଡିତ । ତେବେ କିଛି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ଯେ ମହିଳା ଜଣକ ନିଜ ବିରୋଧ ପ୍ରଦର୍ଶନ ପାଇଁ ଜାଣିଶୁଣି ନିଜ ପୋଷାକ କାଢିଛନ୍ତି । ତେବେ କିଏ ଏହି ମହିଳା ସେନେଇ କୌଣସି ସୂଚନା ମିଳିନାହିଁ । 

ଇରାନର ଖବରକାଗଜ ହାମଶାହ୍ରି ନିଜ ୱେବସାଇଟରେ ଲେଖିଛି କି ଏହି କାର୍ଯ୍ୟ ପାଇଁ ଦାୟୀ ମହିଳା ଜଣକଙ୍କର ମାନସିକ ସମସ୍ୟା ରହିଛି ଏବଂ ଯାଞ୍ଚ ପରେ ତାଙ୍କୁ ବୋଧହୁଏ ମାନସିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ଇରାନରେ ହିଜାବ ଛାଡ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରୁଥିବା ମହିଳାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗୁଛି । ସେପ୍ଟେମ୍ବର ୨୦୨୨ରେ ହିଜାବ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନୈତିକତା ପୋଲିସର ହେପାଜତରେ ଜଣେ ଇରାନୀୟ କୁର୍ଦ୍ଦ ମହିଳାଙ୍କ ମୃତ୍ୟୁ ପରେ ଏହା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିଲା । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.