ପାଟଣାଗଡ଼,୮।୧  : ପାଟଣାଗଡ଼ ଉପଖଣ୍ଡ   ମାଟିଖାଇ  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ  ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ  ରାସ୍ତା ଅବରୋଧ କରିଥିଲେ। ପାଟଣାଗଡ଼ ରୁ ଖପ୍ରାଖୋଲ ମୁଖ୍ୟ ରାସ୍ତାର ମାଟିଖାଇ ବସଷ୍ଟାଣ୍ଡ ଠାରେ  ଅବରୋଧ କରିଥିଲେ। ଖବର ପାଇ  ଗୋଷ୍ଠୀ ଶିକ୍ଷା ଅଧିକାର ଅଭିନବ ମିଶ୍ର  ରାସ୍ତାରୋକ ସ୍ଥାନକୁ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ।  ଶୁକ୍ରବାର ଠାରୁ ଜଣେ ଶିକ୍ଷକ  ଓ ୧୫ ଦିନ ପରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶୃତି  ପରେ ରାସ୍ତାରୋକ ହଟିଥିଲା।

ସୂଚନା ଯୋଗ୍ୟ ଯେ, ଉକ୍ତ  ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ  ପର୍ଯ୍ୟନ୍ତ  ରହିଥିବା ବେଳେ ୧୫୮ ଜଣ ଛାତ୍ରଛାତ୍ରୀ  ଅଧ୍ୟୟନ କରୁଛନ୍ତି।  ୧ ରୁ ୮ ଶ୍ରେଣୀକୁ  ୨ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବାରୁ ପାଠପଢ଼ାରେ ଘୋର  ବ୍ୟାଘାତ ସୃଷ୍ଟି ହେଉଛି ।  ହେଲେ ଶିକ୍ଷା ବିଭାଗ ପକ୍ଷରୁ ଏହି ସ୍କୁଲରେ ଚଳିତ ବର୍ଷ ମଧ୍ୟ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ। ଏ ସମସ୍ୟା ସମ୍ପର୍କରେ ଛାତ୍ରୀ ଛାତ୍ର ଓ ଅବିଭାବକ ମାନେ ବିଭିନ୍ନ ସମୟରେ  ଜିଲ୍ଲା ଶିକ୍ଷା ଅଧିକାରୀ, ଉପଜିଲ୍ଲାପାଳ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଡ଼ିଓ , ବିଧାୟକ ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର କୌଣସି ପ୍ରତିକାର କରାଯାଉ ନଥିବାରୁ ଆଜି ବାଧ୍ୟ ହୋଇ ବିଦ୍ୟାଳୟ ରେ ଅଧ୍ୟୟନରତ   ଛାତ୍ରଛାତ୍ରୀ ଓ ଅଭିଭାବକମାନେ  ମିଶି  ଜାତୀୟ ରାଜପଥ  କୁ  ଅଢେଇ ଘଣ୍ଟା କାଳ ଅବରୋଧ କରିଥିଲେ। ଯଦ୍ୱାରା ଉଭୟ ପଟରେ ଶତାଧିକ ଯାନ ବାହନ ଅଟକି ରହିଥିଲା। ଯାହାଫଳରେ ଯାତ୍ରୀମାନେ ଘୋର ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ଆସନ୍ତାକାଲି ଠାରୁ ନୂତନ ଶିକ୍ଷକ ନିଯୁକ୍ତି  କରାନଗଲେ  ପୁନର୍ବାର ରାସ୍ତାରୋକ କରାଯିବ ବୋଲି ଛାତ୍ରୀଛାତ୍ର ଓ ଅଭିଭାବକମାନେ ଚେତାବନୀ ଦେଇଛନ୍ତି।