ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରତିଶୃତି ରଖିଲେ ନୀଳଗିରି ବିଧାୟକ, କୃତି ଛାତ୍ରଛାତ୍ରୀଙ୍କୁ ବୁଲାଇଲେ ବିଧାନସଭା…

Published By : Ladu Kishor | December 6, 2024 9:42 PM

ନୀଳଗିରି,୬/୧୨ ଦେଇଥିବା ପ୍ରତିଶୃତି ରକ୍ଷାକଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ । ଆଦର୍ଶ ବିଦ୍ୟାଳୟର ୫ ଛାତ୍ରଛାତ୍ରୀଙ୍କୁ ବିଧାନସଭାକୁ ବୁଲାଇ ନେଲେ । ଗତ ସେପ୍ଟେମ୍ବର ୧୪ ତାରିଖରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଔପଦାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କ ସହ କଥା ହେବାବେଳେ ସମସ୍ତଙ୍କୁ ବିଧାନସଭା ଚାଲିଥିବା ସମୟରେ ବୁଲାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାକୁ ପାଳନ କରିଛନ୍ତି ବିଧାୟକ। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ବେହେରାଙ୍କ ଅନୁମୋଦନ କ୍ରମେ ଗାଇଡ଼ ଟିଚର ପ୍ରେମନାଥ ମହାଳିକ, ଶିକ୍ଷୟତ୍ରୀ ଦେବସ୍ମିତା ବେହେରାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ପୂର୍ବାହ୍ନ ୬ ଟା ବେଳେ ଏହି ଛାତ୍ରଛାତ୍ରୀ ଓ ଗାଇଡ ଟିଚର ମାନଙ୍କୁ ଔପଦା ଥାନା ଛକରେ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ଓ ଥାନା କର୍ମଚାରୀ ଅଧିକାରୀ ମାନେ ଧୂପ ଚନ୍ଦନ ଦେଇ ବନ୍ଦାପନା କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଛାତ୍ର ଶୁଭ୍ରାଂଶୁ ମହାପାତ୍ର, ଅଭିଜିତ ମହାନ୍ତି, ଉତ୍ତମ କୁମାର ବେହେରା , ଛାତ୍ରୀ ଅର୍ପିତା ଜେନା, ଲିସ୍ପା ପ୍ରିୟଦର୍ଶନୀ ଲେଙ୍କା ବିଧାୟକ ଶ୍ରୀଯୁକ୍ତ ଖଟୁଆଙ୍କ ସହ ବିଧାନସଭା ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନେ ବିଧାନସଭା ଗ୍ୟାଲେରୀକୁ ପଶି ବେଳକୁ ବିରୋଧୀ ମାନଙ୍କ ହଟଗୋଳରେ ଗୃହ ମୁଲତବୀ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଉତ୍କଣ୍ଠା ସହ ଅପରାହ୍ନ ୪ ପର୍ଯ୍ୟନ୍ତ ଅପେକ୍ଷା କରି ବିଧାନସଭାର ଦର୍ଶକ ଗ୍ୟାଲେରୀରେ ବସି ବିଧାନସଭା ଚାଲିବାର ଦୃଶ୍ୟ ଦେଖି ବେଶ ଖୁସି ହୋଇ ଉଠିଥିଲେ । ପରେ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ବେଶ କିଛି ସମୟ ବିତାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.