ବୀରମହାରାଜପୁର ୮।୧୨ (ଆ.ପ୍ର)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଚାଲିଥିବା ଖେଳକୁ ହଠାତ୍ ବନ୍ଦ କରି ଦେବାକୁ ଛାତ୍ର ଅସନ୍ତୋଷ ଦେଖା ଦେଇଛି। ଛାତ୍ରମାନେ କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି।

ବୀରମହାରାଜପୁର +୩ ଛାତ୍ରମାନଙ୍କ ପାଇଁ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ମ୍ୟାଚ୍ ପାଇଁ କଲେଜ ଛାତ୍ରଙ୍କୁ ନେଇ ଏକ ୩ ଦିନିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବାକୁ କଲେଜ ତରଫରୁ ଏକ ନୋଟିସ ହୋଇଥିଲା l ଆଶାୟୀ ଛାତ୍ରମାନେ ପ୍ରଥମ୍ ଦିବସରେ କ୍ରିକେଟ ଖେଳି ଥିବା ବେଳେ କଲେଜ କର୍ତ୍ତୃପକ୍ଷ ହଠାତ୍ କ୍ରିକେଟ ଖେଳ ବାତିଲ ନେଇ ନୋଟିସ କରିଥିଲେ।ଆଶାୟୀ ଖେଳାଳିମାନେ ଏ ନେଇ କଲେଜ ଖେଳ ଦାୟିତ୍ଵରେ ଥିବା ଅଧ୍ୟାପକଙ୍କୁ ପଚରାରିବାରୁ ବ୍ୟାଟ ନାହିଁ ଚୋରି ହୋଇ ଯାଇଛି ସେଥିପାଇଁ ଟୁର୍ଣ୍ଣାମେଣ୍ଟ ବାତିଲ କରାଗଲା ବୋଲି କହିଥିଲେ। ଛାତ୍ରମାନେ ଏ ନେଇ କଲେଜ ଅଧ୍ୟକ୍ଷଙ୍କୁ ଖେଳ ବନ୍ଦ କାରଣ ନେଇ ପଚାରିବାରୁ ମୁଁ ଜାଣି ନାହିଁ କହି ଛାତ୍ରମାନଙ୍କୁ ବିରକ୍ତ ହୋଇଥିଲେ l ଏଥିରେ ଉତକ୍ଷୀପ୍ତ ହୋଇ ଛାତ୍ରମାନେ କଲେଜ ଗେଟରେ ତାଲା ମାରି ଆନ୍ଦୋଳନ କରିଛନ୍ତି।