ହରଭଙ୍ଗା,୨୨/୦୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାଣିଗୋଛରୁ ତଳଗାଁକୁ ନାହିଁ ଯାତ୍ରୀବାହୀ ବସ। ପରୀକ୍ଷା ସାରି ୧୫ କି.ମି ଚାଲି ଚାଲି ଘରକୁ ଗଲେ ଛାତ୍ରଛାତ୍ରୀ। ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ବୋର୍ଡ ପରୀକ୍ଷା ଦେଇ ଦିନ ୨ରେ କୌଣସି ବସ, ଅଟୋ ନ ଥିବାରୁ ୧୨ ଜଣ ଛାତ୍ରଛାତ୍ରୀ ଚାଲି ଚାଲି ଯାଇ ଘରେ ସନ୍ଧ୍ୟା ୬ରେ ପହଞ୍ଚିଥିବା ଜଣାପଡିଛି।
ଆହୁରି ପଢନ୍ତୁ-ଓଡ଼ିଶାର ଯୁବ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ମନ୍ କି ବାତ୍ରେ ହିରୋଦଙ୍କ ଚାଷଶୈଳୀର ଦେଲେ ଉଦାହରଣ
ଘୋରଇ ଯାତ୍ରା ବସ ପଞ୍ଚାୟତ ଠାରୁ ଜିଲ୍ଲାକୁ ଠିକ ସମୟରେ ଯିବା ଆସିବା କରୁ ନ ଥିବାରୁ ଜନସାଧାରଣ ଓ ଛାତ୍ରଛାତ୍ରୀ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି । ବସ୍ ତଳଗାଁ ପଂଚାୟତ ଗଣ୍ଡିଶ୍ୱର୍ ଠାରୁ ସକାଳ ୬ ଟା ରେ ଛାଡି ବୌଦ୍ଧରେ ୧୦ ଟା ରେ ପହଞ୍ଚି ଦିନ ୧୨ ଟା ୪୫ ମିନିଟରେ ଛାଡ଼ୁ ଥିବା ବେଳେ ଭାୟା ବାଣିଗୋଛାରୁ ଅପରାହ୍ନ ୩ ଟାରେ ଛାଡି ଗଣ୍ଡିଶ୍ୱରରେ ୪ ଟା ୩୦ ମିନିଟ ସମୟରେ ବସ ପହଞ୍ଚେ। ହେଲେ ତାହା ମଧ୍ଯ ରେଗୁଲାର ଯାଉ ନ ଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ବହୁ ହନ୍ତସନ୍ତ ହେଉ ଥିବାର ଦେଖିବାକୁ ମିଳିଛି। ଏନେଇ ତଳଗାଁରୁ ଯେଉଁ ସପ୍ନେଶ୍ୱର୍ ବସ ଯାଉଛି ତାହାକୁ କିଭଳି ରେଗୁଲାର କରାଯିବ ଏବଂ ବୌଦ୍ଧରୁ ଫେରିବା ବେଳେ ବାଣିଗୋଛାରୁ ୪ଟା ୧୫ ମିନିଟରେ ଛାଡ଼ିଲେ ସ୍କୁଲ୍ କଲେଜ୍ ଛୁଟି ହୋଇଥିବ ଏବଂ ପିଲାମାନେ ଯିବା ପାଇଁ ସୁବିଧା ହେବ ବୋଲି ଦାବି ହୋଇଛି । ଏଥିସହ ବ୍ଲକ ରୁ ଯେଉଁ ଲକ୍ଷ୍ମୀ ବସ ପଞ୍ଚାୟତ ହେଡ୍ କ୍ୱାଟରକୁ ଯାଉଛି ସେହି ବସ ମଧ୍ଯ ପଞ୍ଚାଯତ ହେଡ଼ କ୍ୱାଟରକୁ ଆସି ଫେରି ଯାଉଛି ଯାହାକି ପଂଚାୟତର ଶେଷ ସୀମାରେ ଥିବା ଗ୍ରାମମାନଙ୍କୁ ଯାଉନି । ଏଣୁ ବୌଦ୍ଧ ପରିବହନ ବିଭାଗ ଏଥି ପ୍ରତି ସମ୍ପୂର୍ଣ୍ଣ ଷ୍ଟି ଦେବା ପାଇଁ ଦାବି ହେଉଛି।