ନୟାଗଡ,୩୦।୩ : ଭିଜିଲାନ୍ସ ଜାଲରେ ଖଣ୍ଡପଡା ସବ୍ ଟ୍ରେଜେରୀ ସିନିୟର ଆସିଷ୍ଟାଣ୍ଟ ସରୋଜ କୁମାର ସାହୁ । ଜଣେ ଅବସରପ୍ରାପ୍ତ ରେଡ଼ିଓଗ୍ରାଫରଙ୍କ ପେନସନ କାଗଜ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ।
ଅବସରପ୍ରାପ୍ତ ରେଡ଼ିଓଗ୍ରାଫର ମଙ୍ଗଳ ମୁର୍ମୁଙ୍କ ପେନସନ୍ କାଗଜ କରାଇଦେବା ପାଇଁ ସରୋଜ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ୪ ହଜାର ଟଙ୍କା ନେଇଥିବା ବେଳେ ସୋମବାର ୩ ହଜାର ଟଙ୍କା ନେଉଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଳେ। ଭିଜିଲାନ୍ସ ଟିମ୍ ସରୋଜଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି । ପରେ ନୟାଗଡ ଏବଂ ଭୁବନେଶ୍ବରର ଭିଜିଲାନ୍ସର ୫ଜଣିଆ ଟିମ୍ ଖଣ୍ଡପଡା ସହରରେ ଥିବା ସରୋଜଙ୍କ ବାସଭବନରେ ଖାନତଲାସି କରୁଛି ।