ବୀରମହାରାଜପୁର/ସୋନପୁର, ୧୦/୬ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ନିକଟରେ ବହି ଯାଉଥିବା ସୁରୁବଳୀ ଯୋର ଉପରେ ସୁବଳୟା-ଆମ୍ଵଶରଭଟା ନୂତନ ସେତୁ ନିର୍ମାଣ ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି।
ସୂଚନା ଥାଉ କି, ସୁବର୍ଣ୍ଣପୁରରୁ ବୀରମହାରାଜପୁର ଦେଇ ଭୁବନେଶ୍ଵରକୁ ସଂଯୋଗ କରୁଥିବା ରାସ୍ତାର ଶୁରୁବଳି ଯୋର ଉପରେ ଏକ ନୂତନ ସେତୁ ପାଇଁ ପ୍ରସ୍ତାବ ରହିଛି। ଉକ୍ତ ପୋଲଟି ସୁବଳୟା - ଆମ୍ଵଶରଭଟା ଠାରେ କରିବାକୁ ଦାବି ହେଉଛି। ଯଦି ପ୍ରଶାସନ ନଶୁଣେ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।