ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ସୁବର୍ଣ୍ଣପୁର ADMO ହତ୍ୟା ମାମଲା, ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

Published By : Rasmita Pradhan | May 31, 2025 1:43 PM

ସୁବର୍ଣ୍ଣପୁର, ୩୧/୦୫ : ବହୁ ଚର୍ଚ୍ଚିତ ସୁବର୍ଣ୍ଣପୁର ଏଡିଏମଓ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ବାଦଲ ମିଶ୍ର ହତ୍ୟା ମାମଲାରେ ପ୍ରକାଶ ପାଇଲା ରାୟ। ଦୀର୍ଘ ୧୧ ବର୍ଷ ପରେ ମାମଲାର ରାୟ ଶୁଣାଇଲେ ସୁବର୍ଣ୍ଣପୁର ଏଡିଜେ କୋର୍ଟ। ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍।

ସୂଚନାନୁଯାୟୀ, ୨୦୧୪ ମସିହା ନଭେମ୍ଵର ୨୧ ତାରିଖ ରାତି ପ୍ରାୟ ୯ଟାରେ ସୁବର୍ଣ୍ଣପୁରର ଶିଶୁରୋଗ ବିଶେଷଜ୍ଞ ତଥା ADMO ଡା ଦୁର୍ବାଦଲ ମିଶ୍ରଙ୍କୁ ତାଙ୍କ ଘର ଆଗରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହି ମାମଲାରେ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଦ୍ବୟ ହେଲେ ପ୍ରତ୍ୟୁଷ ପଣ୍ଡା (ବବୁଲୁ) ଓ ଅଶୋକ ସାହୁ। 

ଏହି ଘଟଣା ଆଉ ଜଣେ ନାବାଳକ ଅଭିଯୁକ୍ତ ରହିଛନ୍ତି। ଯାହାଙ୍କର ଜୁଭେନାଇଲ ଟ୍ରାଏଲ ଚାଲିଛି। ଏହି ଚର୍ଚ୍ଚିତ ଘଟଣାରେ ସରକାରୀ ଓକିଲ ଭାବେ କହ୍ନେୟା ଲାଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ। ଅଭିଯୁକ୍ତଙ୍କ ଓକିଲ ଭାବେ ରାଜେନ୍ଦ୍ର ଅଗ୍ରୱାଲ କେସ୍ ପରିଚାଳନା କରୁଥିଲେ। ଏହି କେସରେ କୋର୍ଟ ସରକାରୀ ଓକିଲଙ୍କ ପକ୍ଷରୁ ୨୬ଟି ଏବଂ ଡିଫେନ୍ସ ତରଫରୁ ୩ଟି ସକ୍ଷ୍ୟର ବୟାନକୁ ରେକର୍ଡ କରିଥିଲେ। ସକ୍ଷ୍ୟ ପ୍ରମାଣ ଏବଂ ପାରିପାର୍ଶ୍ଵିକ ପରିସ୍ଥିତିକୁ ତର୍ଜମା କରି ଏଡିଜେ କୋର୍ଟ ଏହି ରାୟ ଶୁଣାଇଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.