ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିବାହ କଲେ ବାହୁବଳୀ-୨ର ଆକ୍ଟର ସୁବାରାଜୁ, ପତ୍ନୀଙ୍କ ସହ ପୋଷ୍ଟ କଲେ ଫଟୋ

Published By : Tapas Panda | November 27, 2024 7:42 PM

ମୁମ୍ବାଇ: ବାହୁବଳୀ-୨ ଫେମ୍‌ ସୁବାରାଜୁ ୪୭ ବର୍ଷ ବୟସରେ ବିବାହ କରିଛନ୍ତି । ହିନ୍ଦୁ ରୀତିନୀତିରେ ସେ ବିବାହ କରିଥିବା ଜଣାପଡ଼ିଛି । ସେ ନିଜ ପତ୍ନୀଙ୍କ ସହିତ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଭିନେତା ସୁବାରାଜୁ ଏବଂ ତାଙ୍କ ପତ୍ନୀ ପାରମ୍ପରିକ ବିବାହ ପୋଷାକରେ ନଜର ଆସିଛନ୍ତି । ଆକ୍ଟର ଧୋତି ଏବଂ କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଲାଲ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି ।  ଏହା ସହ ଗହଣା ଓ ରଜନୀଗନ୍ଧା ଫୁଲରେ ନିଜକୁ ସଜେଇଛନ୍ତି ସୁବାରାଜୁଙ୍କ ପତ୍ନୀ । 

 ସୁବାରାଜୁ ଫଟୋ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି, ‘ଶେଷରେ ବିବାହ ହୋଇଗଲା !’ ତାଙ୍କର ଏହି ପୋଷ୍ଟ ପରେ ଫିଲ୍ମ ଜଗତର ତମାମ ବ୍ୟକ୍ତିତ୍ବ ଏବଂ ଫ୍ୟାନ୍ସ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିର୍ଦ୍ଦେଶକ ହରୀଶ ଶଙ୍କର ସୁବାରାଜୁଙ୍କୁ ବୈବାହିକ ଜୀବନ ଲାଗି ଶୁଭେଚ୍ଛା ଜଣାଇଛନ୍ତି । ଆକ୍ଟର ଅଭିନୟ କୃଷ୍ଣା ଲେଖିଛନ୍ତି, ଶେଷରେ !!! ଶୁଭେଚ୍ଛା ଆନ୍ନା ।’ ସୁବାରାଜୁଙ୍କ ଫ୍ୟାନମାନେ ଖୁସି ଜାହିର କରିଛନ୍ତି । ଶେଷ ବ୍ୟକ୍ତି ଏବେ ଆନୁଷ୍ଠାନିକ ଭାବରେ ମୈଦାନ ଛାଡ଼ିଛନ୍ତି ବୋଲି ତାଙ୍କର ଜଣେ ଫ୍ୟାନ୍‌ କମେଣ୍ଟ କରିଛନ୍ତି । 




ସୁବାରାଜୁ ନିଜ ବିବାହ ସଂପର୍କରେ ଖୁବ କମ୍‌ ଲୋକଙ୍କୁ ଜଣାଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁବାରାଜୁ ନଭେମ୍ବର ୨୬ରେ କେବଳ ସଂପର୍କୀୟଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ତେବେ ନିଜ ପତ୍ନୀଙ୍କ ସଂପର୍କରେ ବିଶେଷ କିଛି କହିନାହାନ୍ତି ଅଭିନେତା । ସୁବାରାଜୁଙ୍କ ପତ୍ନୀଙ୍କ ବିଷୟରେ ଜାଣିବାକୁ ଫ୍ୟାନ୍ସଙ୍କ ଉତ୍ସାହ ବୃଦ୍ଧି ପାଇଛି । ସୁବାରାଜୁ ଜଣେ ଲୋକପ୍ରିୟ ଅଭିନେତା । ତେଲୁଗୁ ଫିଲ୍ମରେ ସେ ନିଜର ବଳିଷ୍ଠ ଅଭିନୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।   ତେଲୁଗୁ ବ୍ୟତୀତ, ତାମିଲ, ମାଲାୟାଲମ, ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ସୁବାରାଜୁ । ସେ ଅନେକ ସିନେମାରେ ଅଭିନୟ କରିଥିଲେ ସୁଦ୍ଧା ଏସଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ବାହୁବଳୀ-୨’ ତାଙ୍କୁ ଅଧିକ ଲୋକପ୍ରିୟତା ଆଣି ଦେଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.