ଭୁବନେଶ୍ୱର ୧୦/୦୭: ରାକ୍ଷୀ ପୂର୍ଣ୍ଣିମା ବଣ୍ଟା ହେବ ସୁଭଦ୍ର ପଞ୍ଚମ କିସ୍ତି। ଏନେଇ ପ୍ରକ୍ରିୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୬- ୨୭ ବର୍ଷରେ ସୁଭଦ୍ରା ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ହିତାଧିକାରୀ ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି । ୮୨ ହଜାର ୩୬ ଜଣଙ୍କର ଡିବିଟି ସକ୍ରିୟ ପାଇଁ କୁହାଯାଇଛି। ୨୮ ହଜାର ୬୧୧ ଜଣଙ୍କର ବାୟୋମେଟ୍ରିକ E-KYC ହୋଇନି। ଜୁଲାଇ ୨୫ ତାରିଖ ସୁଦ୍ଧା ସମସ୍ତଙ୍କର ଫିଲ୍ଡ ଇନକ୍ବାରୀ ସରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଲୋକସେବା ଭବନରେ ସୁଭଦ୍ରା ଯୋଜନାର ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ନୂଆ ଆବେଦନକାରୀ ଡିବିଟି, ଇ-କେଓ୍ବାସି, ଫିଲଡ୍ ଭେରିଫିକେସନ ଏବଂ ବ୍ୟାଙ୍କ ଲିଙ୍କ୍ ନେଇ ଯେଉଁ ସମସ୍ୟା ରହିଛି । ଜୁଲାଇ ୨୫ ତାରିଖ ପୂର୍ବରୁ ତାର ଇନକ୍ବାରୀ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮୨ହଜାର ୩୬ଜଣଙ୍କ ଡିବିଟି ଆକ୍ଟିଭ୍ କରିବା, ୨୮ହଜାର ୬୨୧ଜଣଙ୍କ ବାୟୋମେଟ୍ରିକ E-KYC ଏବଂ ୩ଲକ୍ଷ ୫୩ହଜାର ୫୯ଜଣଙ୍କ ଫିଲଡ୍ ଏନକ୍ବାରୀ ସମ୍ପନ୍ଧୀୟ ମାମଲା ସାରିବାକୁ କୁହାଯାଇଛି।
ସେହିଭଳି ବ୍ଲକସ୍ତରୀୟ କମିଟି, ଜିଲ୍ଲା କମିଟି ଏହାର ତଦନ୍ତ କରି ରିପୋର୍ଟ ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜୁଲାଇ ୨୫ ତାରିଖ ଭିତରେ ଫିଙ୍ଗର ପ୍ରିଣ୍ଟ ଦେଇ ଆବେଦନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହା ପୂର୍ବରୁ ଯେଉଁମାନଙ୍କର ୫ ଏକର ଜମି ନାହିଁ, କିନ୍ତୁ ସେମାନେ ଯୋଜନାରୁ ବାଦ ପଡିଛନ୍ତି ଏବେ ସେମାନେ ଫିଲଡ୍ ତଦନ୍ତରେ ଅଭିଯୋଗ କରିପାରିବେ । ପ୍ରଥମରୁ ଯଦି ଆବେଦନ କରିଥିବେ ଏବଂ କୌଣସି କିସ୍ତି ପାଇ ନଥିବେ ତାହେଲେ ସେମାନେ ଯୋଗ୍ୟ ବିବେଚିତ ହେଲେ ଏକକାଳୀନ ୫ଟି କିସ୍ତିର ଟଙ୍କା ପାଇବେ ।