ମୁମ୍ବାଇ,୨୮/୪ : ସଞ୍ଜୟ ଦତ୍ତଙ୍କ ଫିଲ୍ମ ଖଳନାୟକ ରିଟର୍ଣ୍ଣକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଛି । ଯେବେଠାରୁ ଖଳନାୟକ ସିକ୍ବେଲର ଘୋଷଣା ହୋଇଛି ଫ୍ୟାନ୍ସଙ୍କ ଉତ୍ସାହ ଧିରେ ଧିରେ ବଢିବାରେ ଲାଗିଛି । ନିକଟରେ ସଞ୍ଜୟ ଦତ୍ତ ୨୪ଏପ୍ରିଲରେ ନିଜ ଫାଷ୍ଟ ଲୁକ୍ ସେୟାର କରିବା ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଦ୍ରୁତଗତିରେ ଚାଲିଛି । ମାତ୍ର ଏହା ମଧ୍ୟରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଫିଲ୍ମର ନିର୍ଦେଶକ ସୁଭାଷ ଘାଇ କନଫର୍ମ କରିଛନ୍ତି କି ସେ ଏଥରର ସିକ୍ବେଲକୁ ନିର୍ଦେଶନା ଦେବେ ନାହିଁ ।
ସୁଭାଷ ଭାଇ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି କି ସେ ଫିଲ୍ମ ସହ ଯୋଡ଼ି ରହିବେ । କିନ୍ତୁ ନିର୍ଦେଶନା ଦେବେ ନାହିଁ । ସେ କହିଛନ୍ତି କି ସଞ୍ଜୟ ଦତ୍ତ ଏହି ସିକ୍ବେଲକୁ ନେଇ କେତେକ ବର୍ଷରୁ ଉତ୍ସାହିତ ଥିଲେ । ଏଭଳି କି ଜେଲରେ ରହିବା ସମୟରେ ବି ସେ ତାଙ୍କୁ ଚିଠି ଲେଖି କହିଥିଲେ କି , ‘ଅଙ୍କଲ ମୁଁ ଏହି ଫିଲ୍ମ କରିବାକୁ ଚାହୁଁଛି‘। ଏହାପରେ ସୁଭାଷ ଘାଇ ତାଙ୍କୁ ଫିଲ୍ମର କନସେଫ୍ଟ ଏବଂ କାହାଣୀ ପଠାଇଥିଲେ ।
ଘାଇ ଆଗକୁ କହିଛନ୍ତି କି, ଯଦି ଆପଣ ମୋତେ ପଚାରିବେ , ତେବେ ମୁଁ କହିବି ଏହି ଫିଲ୍ମକୁ ମୋ ଭଳି କେହି ନିର୍ମାଣ କରିପାରିବେ ନାହିଁ । କିନ୍ତୁ ମୁଁ ନିଜ ଫିଲ୍ମକୁ ପୁଣି ଥରେ ନିର୍ମାଣ କରିବାକୁ ଚାହୁଁନାହିଁ, ଏବଂ ଏବେ ମୋ ବୟସ ୮୦ବର୍ଷ ହୋଇସାରିଛି । ମୁଁ ସଞ୍ଜୁଙ୍କୁ କହିଥିଲି କି ଯଦି ତୁମେ ଏତେ ଇଛୁକ ଅଛ ତେବେ ନିଜେ ଏହାକୁ ପ୍ରଡ୍ୟୁସ କରନ୍ତୁ । ମୁଁ କ୍ରିଏଟିଭ୍ ପ୍ରଡ୍ୟୁସର ଭାବେ ଯୋଡ଼ିପାରେ । ସେ ଭରସା ଦେଇଥିଲେ କି ସଞ୍ଜୟ ଦତ୍ତ ଖୁବଶୀଘ୍ର ଏହି ପ୍ରୋଜେକ୍ଟ ଲାଗି ସଠିକ୍ ନିର୍ଦ୍ଦେଶକ ବାଛିବେ ଏବଂ ଏହାର ଅଫିସିଆଲ୍ ଘୋଷଣା ବି କରିବେ ।
ପ୍ରକାଶ ଯେ, ସୁଭାଷ ଘାଇ ଏଥର ନିର୍ଦ୍ଦେଶନା ଭାର ସମ୍ଭାଳିବେ ନାହିଁ, ବରଂ ଫିଲ୍ମରେ କେମିଓରେ ନଜର ଆସିବେ । ସଞ୍ଜୟ ଦତ୍ତଙ୍କ ସହ ନିଜ ସମ୍ପର୍କକୁ ନେଇ ସେ କହିଥିଲେ କି , ସଞ୍ଜୁ ମୋର ପୁଅ ଭଳି । ଏଥିଲାଗି ମୁଁ ତା ଲାଗି ନିଶ୍ଚିତ କରିବି । ତାଙ୍କୁ ଏହା ବି କହିଥିଲି କି ସେ ପ୍ରଥମେ ଶାହାରୁଖ ଖାନଙ୍କ ଫିଲ୍ମ ଓମ୍ ଶାନ୍ତି ଓମରେ କେମିଓ କରି ସାରିଛନ୍ତି ଏବଂ ଇଣ୍ଡଷ୍ଟ୍ରିରେ ତିଆରି ହୋଇଥିବା ନିଜ ସମ୍ପର୍କକୁ ବହୁ ଗୁରୁତ୍ବ ଦେଇଥାନ୍ତି ।