ନୂଆଦିଲ୍ଲୀ,୧୭।୬: କୋଡିଂ ଶିଖିବାର ଇଛା ବଦଳାଇ ଦେଲା ଭାଗ୍ୟ । ନା ଚାକିରୀ କରିଛନ୍ତି କିମ୍ବା ପୁରା କରିଛନ୍ତି ଡିଗ୍ରୀ। ୨୧ ବର୍ଷରେ କଲେଜ ଛାଡିଲେ, ମାତ୍ର ୨୫ ବର୍ଷ ବୟସରେ ହେଲେ ୫୦ ହଜାର କୋଟି ଟଙ୍କାର ମାଲିକ। SpaceX ର ୬୦ ବିଲିୟନ ଡଲାରର ଚୁକ୍ତି ରାତାରାତି ବଦଳାଇ ଦେଲା ଭାଗ୍ୟ। ଏବେ ଚର୍ଚ୍ଚାରେ ଭାରତୀୟ-ଆମେରିକୀୟ ଉଦ୍ୟୋଗୀ ଅମନ ସାଙ୍ଗେର, ଯାହାଙ୍କର ଏଆଇ କୋଡିଂ କମ୍ପାନୀ, ‘କର୍ସର’ ର ପ୍ୟାରେଣ୍ଟ କମ୍ପାନୀକୁ କିଣିଛି ଏଲନ୍ ମସ୍କଙ୍କ ସ୍ପେସଏକ୍ସ।
ବିଶ୍ୱ ଟେକ୍ ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭାରତୀୟ ବଂଶୋଦ୍ଭବ ଅମନ ସାଙ୍ଗେର। ଅମନଙ୍କ କୋଡିଂ ପ୍ଲାଟଫର୍ମ ‘କର୍ସର’ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଆଇଏନ୍ସି’ କୁ ଅଧିଗ୍ରହଣ କରିଛି ସ୍ପେସ୍ଏକ୍ସ । ଏହାକୁ ପ୍ରାୟ ୬୦ ବିଲିୟନ ଡଲାରରେ କିଣିଛି ଏଲନ ମସ୍କଙ୍କ ସ୍ପେସ୍ଏକ୍ସ । ଏହି ମେଗା ଡିଲ୍ ପରେ, ଅମନଙ୍କ ନେଟ୍ ସମ୍ପତ୍ତି ପ୍ରାୟ ୫.୫ ବିଲିୟନ ଡଲାରରେ ପହଞ୍ଚିଛି। ଅମନ୍ ନିଜର ତିନି ବନ୍ଧୁଙ୍କ ସହିତ ମିଶି ୨୦୨୨ରେ ରେ କଲେଜ ଛାଡିବା ପରେ ପ୍ରତିଷ୍ଠା କରିଥିଲେ ‘କର୍ସର୍’ ।
ନ୍ୟୁୟର୍କରେ ଜନ୍ମିତ ଅମନଙ୍କ ବାପା ଅରବିନ୍ଦ ସାଙ୍ଗେର ଆଇଆଇଟି ବମ୍ବେର ପୂର୍ବତନ ଛାତ୍ର ଏବଂ ଆମେରିକାର ‘ହେଜ୍ ଫଣ୍ଡ’ ଜଣେ ପ୍ରମୁଖ ବ୍ୟକ୍ତି। ତାଙ୍କ ମାଆ ଶିଳ୍ପା ସାଙ୍ଗେର ଜଣେ ଅର୍ଥୋଡୋଣ୍ଟିଷ୍ଟ ଏବଂ ଜଣେ ସଫଳ ଉଦ୍ୟୋଗୀ। ଅମନ ୧୪ ବର୍ଷ ବୟସରେ କୋଡିଂ ଶିଖିବା ଆରମ୍ଭ କରିଥିଲେ। ‘କର୍ସର୍’ ଆରମ୍ଭ କରିବା ପୂର୍ବରୁ, ସେ ଗୁଗୁଲ୍ ଏବଂ ବ୍ରିଜୱାଟର ଆସୋସିଏଟସ୍ ଭଳି ବଡ କମ୍ପାନୀରେ ଇଣ୍ଟର୍ନସିପ୍ କରିଥିଲେ।
ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏମ୍ଆରେ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ନେଇଥିଲେ ଆଡମିସନ୍। ସେଠାରେ ତାଙ୍କର ପରିଚୟ ହୋଇଥିଲାର ମାଇକେଲ୍ ଟ୍ରୁଏଲ୍, ସାଲେହ ଆସିଫ୍ ଏବଂ ଅରଭିଡ୍ ଲୁନେମାର୍କଙ୍କ ସହିତ । ସେମାନେ ଏକାଠି ୨୦୨୨ ସୁଦ୍ଧା କୋଡିଂକୁ ସରଳ କରିବା ପାଇଁ ପ୍ରସ୍ତୁତ କରିଥିଲେ ଏକ ଭିଜନ୍। ନିଜର ଆଇଡିଆ ଏବଂ ବିଜନେସ୍ ଉପରେ ପୁରା ଧ୍ୟାନ ଦେବା ପାଇଁ ମାତ୍ର ୨୧ ବର୍ଷରେ ୪ ବନ୍ଧୁ ଅଧାରୁ ଛାଡି ଦେଇଥିଲେ ଏମ୍ଆଇଟି।
କ୍ରସର୍ ହେଉଛି ଏ ଆଇ ଆଧାରିତ କୋଡିଂ ପ୍ଲାଟଫର୍ମ। ଯାହାକି ଡେଲଲପରଙ୍କୁ କୋଡ୍ ଲେଖିବା, ଏଡିଟ୍ କରିବା ଓ ଜଟିଲ ସଫ୍ଟଓ୍ବେର ସମସ୍ୟାକୁ ବୁଝିବାରେ ସାହାର୍ଯ୍ୟ କରିଥାଏ। ଏହି ପୁରା କୋଡ୍ ବୁଝି ଡେଭଲପର୍ସଙ୍କୁ ତିଆରି କରିବାକୁ ପଡିଥାଏ ଏକ ‘ଏଆଇ ସାଥୀ’। ନଭେମ୍ବର ୨୦୨୫ ପର୍ଯ୍ୟନ୍ତ କ୍ରର୍ସର୍ର ବାର୍ଷିକ ଆୟ ୧ ବିଲିୟନ ଡଲାର ପାର କରିଥିଲା। ମାତ୍ର ୭ ମାସରେ ଏହାର ବାର୍ଷିକ ଆୟ ଜୁନ୍ ୨୦୨୬ ରେ ୪ ବିଲିୟନ ଡଲାରରେ ପହଁଞ୍ଚିଥିଲା। ଏନ୍ଭିଡିୟା, ଆଡୋବ, ଉବର, ଶପିଫାଏ, ଓ ପେପଲ୍ ଭଳି ପ୍ରାୟ ୫୦ ହଜାର ଟେକ୍ କମ୍ପାନୀର ଲକ୍ଷାଧିକ ସଫ୍ଟଓ୍ବେର ଡେଭଲପର୍ସ କୋଡ୍ ତିଆରି କରିବା ପାଇଁ ଏହାକୁ ବ୍ୟବହାର କରନ୍ତି।