ଜୟପୁର, ୧୯/୦୬ : ଭିଜିଲାନ୍ସ ପଞ୍ଝାରେ କୋଟପାଡ଼ ବ୍ଲକ AEE। ଏଇଇ ସତ୍ୟ ନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି। ଜୟପୁର, କୋରାପୁଟ, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ରେଡ୍ ଚାଲିଛି। ଏକକାଳୀନ ୭ଟି ଠିକଣାରେ ଭିଜିଲାନ୍ସ ରେଡ୍ ଜାରି ରଖିଛି। ଏହି ରେଡ୍‌ ରେ ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୧ ଏଏସଆଇ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। 

ସୂଚନାନୁଯାୟୀ, କୋଟପାଡ଼ ଏଇଇ ସତ୍ୟ ନାରାୟଣ ସେଠୀଙ୍କ ଜୟପୁର ସ୍ଥିତ ଭଡ଼ା ଘର, ଜଟଣୀ ସ୍ଥିତ ଫ୍ଲାଟ୍, ଡେରାବିଶ ସ୍ଥିତ ପୈତୃକ ଘର, କୋଟପାଡ ସ୍ଥିତ ସରକାରୀ ବାସଭବନ, ଅଫିସ୍ ଚାମ୍ବର, ବୋରିଗୁମା ତହସିଲ ସ୍ଥିତ ୨ଟି ଜମିରେ ଭିଜିଲାନ୍ସ ଚଢାଉ କରିଛି।

ଆହୁରି ପଢନ୍ତୁ- ମର୍ତ୍ତ୍ୟମଣ୍ଡଳେ ଦେବଦମ୍ପତିଙ୍କ ବିବାହ, ବାହାବେଦିରେ ହର-ଗୌରୀଙ୍କ ପଡିଲା ହାତଗଣ୍ଠି, ଆଜି କନ୍ୟାବିଦା ନୀତି

Fishfed Conspiracy: Chilika Fresh in Danger| ବନ୍ଦ ହେଇଯିବ କି ତାଜା ମାଛ ବିକୁଥିବା ଚିଲିକା ଫ୍ରେସ୍ ?​​​​​​​