ନୂଆଦିଲ୍ଲୀ,୧୯/୦୬; ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ସ୍ପିନର ଶ୍ରେୟଙ୍କା ପାଟିଲ୍ ଆଘାତ ପାଇଁ ବିଶ୍ୱକପରୁ ବାଦ ପଡିଛନ୍ତି । ବିଶ୍ୱକପରେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ ଗୁରୁତର ଆହତ ହୋଇଥିଲେ ଶ୍ରେୟଙ୍କା । ଆଇସିସି ତାଙ୍କ ବଦଳ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛି । ଶ୍ରେୟଙ୍କା ୱିକେଟ୍ ନେବାରେ ଭାରତର ଜଣେ ବଡ଼ ବିକଳ୍ପ ଥିଲେ । ସେ ବାଦ ପଡିବା ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା ହୋଇଛି । ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ୨୪ ବର୍ଷୀୟ ଲେଗ୍ ସ୍ପିନର ପ୍ରେମା ରାୱତଙ୍କୁ ସାମିଲ କରାଯିବ । ରାୱତ ଗତ ଦୁଇ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୬ଟି ମହିଳା ପ୍ରିମିୟର ଲିଗ୍ ମ୍ୟାଚ୍ ଖେଳି ୩ଟି ୱିକେଟ୍ ନେଇଛନ୍ତି ।
ଶ୍ରେୟଙ୍କା ଆଙ୍କେଲ୍ ଇନଞ୍ଜୁରୀ- ଜୁନ୍ ୧୭ ତାରିଖରେ ଭାରତ ବନାମ ନେଦରଲାଣ୍ଡ୍ସ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଗୁରୁତର ଆହତ ହୋଇଥିଲେ ଶ୍ରେୟଙ୍କା । ତୁରନ୍ତ ତାଘ୍କୁ ସ୍କାନ ପାଇଁ ନିଆଯାଇଥିଲା । ମିଡ୍ ଅନ ଆଡକୁ ବଲର ପିଛା କରିବା ସମୟରେ ତାଙ୍କ ପାଦ ମୋଡି ହୋଇଯାଇଥିଲା । ତାଙ୍କ ଯନ୍ତ୍ରଣା ପଡିଆରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥିଲା । ସେ ତାଙ୍କ ଡାହାଣ ଗୋଡକୁ ଧରିଥିଲେ । ଉଠି ପାରିନଥିଲେ । ଦଳର ଫିଡିଓ ଏକ ଷ୍ଟ୍ରେଚରରେ ତାଙ୍କୁ ପଡିଆ ବାହାରକୁ ନେଇଥିଲେ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ ଶ୍ରେୟଙ୍କା । ୱିକେଟ୍ ନେଇଥିଲେ କିନ୍ତୁ ପାକିସ୍ତାନ ବିପକ୍ଷରେ ମାତ୍ର ୧୭ ରନ୍ ଦେଇଥିଲେ ।
ବଦଳ ଖେଳାଳି ପ୍ରେମା ରାୱତ- ଆଇସିସି ଶ୍ରେୟଙ୍କା ପାଟିଲଙ୍କ ସ୍ଥାନରେ ପ୍ରେମା ରାୱତଙ୍କ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଘୋଷଣା କରିଛି । ପ୍ରେମା ଜଣେ ଅନକ୍ୟାପ୍ ଖେଳାଳି । ଏପର୍ଯ୍ୟନ୍ତ ସେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି । ଡବ୍ଲୁପିଏଲରେ ତାଙ୍କ ବୋଲିଂ ଦ୍ୱାରା ଅନେକଙ୍କୁ ପ୍ରଭାବିତ କରିଛନ୍ତି । ବିଶ୍ୱକପ ପରି ବଡ଼ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଚାନ୍ସ ମିଳିପାରେ । ପ୍ରେମା ରାୱତ ମହିଳା ପ୍ରିମିୟର ଲିଗ୍ ଏବଂ ଏସିଆ କପ୍ ରାଇଜିଂ ଷ୍ଟାର୍ସରେ ଭଲ ପ୍ରଦର୍ଶନ କରିଛନ୍ତି । ଭାରତ ଏ ପାଇଁ ୯.୬୨ ହାରରେ ୮ଟି ୱିକେଟ୍ ନେଇଛନ୍ତି । ଡେବ୍ୟୁ ଅପେକ୍ଷାରେ ପ୍ରେମା ।
ଏହା ବି ପଢନ୍ତୁ...BCCI : ଶ୍ରୀଲଙ୍କାରେ ଲଢେଇ ପରେ BCCI ନେବ ବୈଭବଙ୍କ ଉପରେ ଆକ୍ସନ ? ଦେବଜୀତ କଲେ ସ୍ପଷ୍ଟ
ଭାରତର ବିଶ୍ୱକପ ଅଭିଯାନ କଥା କହିବାକୁ ଗଲେ ଜୁନ୍ ୧୪ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରରେ ଖେଳିଥିବା ଭାରତ । ପାକିସ୍ତାନକୁ ହରାଇ ବିଜୟକୁ ଅଭିଯାନ ଆରମ୍ଭ କରିଥିଲା ଟିମ୍ ହରମନପ୍ରୀତ । ସେହିପରି ଜୁନ୍ ୧୭ ତାରିଖରେ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ବିଶାଳ ବିଜୟ ହାସଲ କରିଥିଲା । ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ବିଜୟ ସହିତ ଭାରତ ୪ ପଏଣ୍ଟ ହାସଲ କରି ଗ୍ରୁପ ଏରେ ଶୀର୍ଷ ସ୍ଥାନ ଦଖଲ କରିଛି । ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଏବଂ ତୃତୀୟରେ ଦକ୍ଷିଣ ଆଫ୍ରିକା ରହିଛି । ଆସନ୍ତା ଜୁନ୍ ୨୧ ତାରିଖରେ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।