ନୂଆଦିଲ୍ଲୀ,୧୯/୦୬; ଯୁଦ୍ଧରେ ଯବନିକା ପଡିଲା । ଶାନ୍ତିଚୁକ୍ତି ସ୍ୱାକ୍ଷର ହେଲା । ତେହେରାନ ସହ ପିସ୍ ଡିଲ୍ ସାଇନ ପରେ ଷ୍ଟ୍ରେଟ ଅଫ୍ ହୋର୍ମୁଜରୁ ବ୍ଲକେଡ ହଟାଇଲା ଆମେରିକା । ୬୦ ଦିନ ଅବଧି ଯାଏ ବ୍ଲକେଡ ହଟିବା ନେଇ ଜେଡି ଭାନ୍ସ ସୂଚନା ଦେଇଛନ୍ତି । ଆମେରିକା-ଇରାନ ଶାନ୍ତିଚୁକ୍ତି ଏବଂ ହୋର୍ମୁଜ ଉପରୁ ଅବରୋଧ ହଟାଇବା ପରେ ପରେ ଖୁସି ଖବର ଆସିଛି । ହଜାର ହଜାର ମେଟ୍ରିକ୍ ଟନ୍ ଏଲଏନଜି ବହନ କରିଥିବା ଏକ ଜାହାଜ ଭାରତରେ ପହଞ୍ଚିଛି । ସୁପରଟ୍ୟାଙ୍କର୍, ଏଲଏନଜିସି ଦିଶା, ଏଲଏନଜି ନେଇ ଗୁଜୁରାଟର ଭରୁଚରେ ଦହେଜ ବନ୍ଦରରେ ପହଞ୍ଚିଛି । ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଏହା ହେଉଛି ହୋରମୁଜ ପ୍ରଣାଳୀ ପାର ହୋଇ ଭାରତରେ ପହଞ୍ଚିବା ପ୍ରଥମ ଲିକ୍ୟୁଫାଏଡ ପ୍ରାକୃତିକ ଗ୍ୟାସ (ଏଲଏନଜି) ଜାହାଜ । ହଜାର ହଜାର ଟନ୍ ଗ୍ୟାସ ଆସିବା ଦ୍ୱାରା ଭାରତରେ ଏଲପିଜି ଯୋଗାଣରେ ଯଥେଷ୍ଟ ଆଶ୍ୱସ୍ତି ମିଳିବ ।
ଭାରତରେ ପହଞ୍ଚିଲା ଏଲଏନଜି ଜାହାଜ- ଦହେଜ ବନ୍ଦରରେ ଏଲଏନଜି ବୋଝେଇ ଜାହାଜର ସୁରକ୍ଷିତ ଆଗମନକୁ ଶକ୍ତି କ୍ଷେତ୍ରରେ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି । ହଜାର ହଜାର ଟନ୍ ଏଲଏନଜି ଆସିବା ଦ୍ୱାରା ସମୁଦ୍ରରେ ହଜାର ହଜାର ଜାହାଜ ଫସି ରହିଥିବା ସାଢ଼େ ତିନି ମାସର ଉତ୍ତେଜନାର ଅନ୍ତ ଘଟିଛି । ୬୨, ୩୭୦ ମେଟ୍ରିକ୍ ଟନ୍ ଏଲଏନଜି ବହନ କରୁଥିବା ଏହି ଜାହାଜ ମାର୍ଚ୍ଚ ୨ ତାରିଖରୁ କତାରର ରାସ ଲାଫାନ ବନ୍ଦରରେ ଫସି ରହିଥିଲା ।
ଏହା ବି ପଢନ୍ତୁ...Iran-US Peace Deal: 'ଡିଲ୍କୁ ନେଇ ଟ୍ରମ୍ପ ହତାଶ ଥିଲେ, ମୁଁ ଚାହୁଁନଥିଲି'; ଇରାନ୍-ଆମେରିକା ଚୁକ୍ତି ସ୍ୱାକ୍ଷରକୁ ନେଇ ମୋଜତବାଙ୍କ ବଡ଼ ବୟାନ
ଇରାନ-ଆମେରିକା ବିବାଦ ଯୋଗୁଁ ଏହା ଭାରତରେ ପହଞ୍ଚିପାରି ନଥିଲା । ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ, ଜାହାଜଟି କେବେ ପହଞ୍ଚିବ ତାହା ଜଣା ନଥିଲା । ଇରାନ-ଆମେରିକା ସାମରିକ ସଂଘର୍ଷ ଏହି ସାମୁଦ୍ରିକ ବାଣିଜ୍ୟ ମାର୍ଗକୁ ଏକ ବିପଜ୍ଜନକ ଯୁଦ୍ଧ କ୍ଷେତ୍ରରେ ପରିଣତ କରିଥିଲା । ତଥାପି, ଇରାନ ଏବଂ ଆମେରିକା ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ପରେ, ଜାହାଜଟି ଜୁନ୍ ୧୫ ତାରିଖରେ ଖୋଲିଥିବା ହୋମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରିଥିଲା । ଆଜି ଭାରତରେ ପହଞ୍ଚିଛି। ଅତ୍ୟାବଶ୍ୟକୀୟ ପ୍ରାକୃତିକ ଗ୍ୟାସର ସୁରକ୍ଷିତ ଆଗମନରେ ବିଶ୍ୱ ଜଳସୀମାରେ କୂଟନୈତିକ ଶାନ୍ତି ପୁନଃସ୍ଥାପିତ ହୋଇଛି ।
ଇରାନ-ଆମେରିକା ଯୁଦ୍ଧ ଯୋଗୁଁ ଏହି ଜାହାଜ ପ୍ରାୟ ସାଢ଼େ ତିନି ମାସ ଧରି ଫସି ରହିଥିଲା । ଆମେରିକା-ଇରାନ ଯୁଦ୍ଧ ଶେଷ ହେବା ପରେ ହୋର୍ମୁଜ୍ ପ୍ରଣାଳୀରୁ ଭାରତରେ ପହଞ୍ଚିବା ଏହା ପ୍ରଥମ ଜାହାଜ । LNGC ଦିଶା ମାଲ୍ଟାର ଭାଲେଟା ବନ୍ଦରରେ ପଞ୍ଜୀକୃତ ହୋଇଥିଲା। ଏହି ଜାହାଜ ମାର୍ଚ୍ଚ ୧ ୨୦୨୬ ରେ କାତାରର ରାସ୍ ଲାଫାନରେ ପହଞ୍ଚିଥିଲା । ୨ ମାର୍ଚ୍ଚ ୨୦୨୬ ରେ LNG କାର୍ଗୋ ଲୋଡ୍ କରାଯାଇଥିଲା। LNG ଲୋଡ୍ କରିବା ପରେ, ଏହା ସେଠାରେ ଫସି ଯାଇଥିଲା । ଜାହାଜରେ ୬୨,୩୭୦ ମେଟ୍ରିକ୍ ଟନ୍ ଗ୍ୟାସ ଲୋଡ୍ ହୋଇଥିଲା ।
ଏହା ବି ପଢନ୍ତୁ...Hormuz Issue: ୬୦ ଦିନ ପରେ ବଦଳିବ ହୋର୍ମୁଜ୍ ନିୟମ; 'ଟୋଲ୍' ନୁହେଁ 'ଫିସ୍' ଆଦାୟ କରିବ ଇରାନ, ଚିନ୍ତାରେ ଭାରତ