ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

Success Story: ଭିଲେଜ୍ ଅଫିସରରୁ IPS; ୬ ବର୍ଷରେ ୧୨ ସରକାରୀ ଚାକିରି, ଜାଣନ୍ତୁ ପ୍ରେମସୁଖଙ୍କ ଯାତ୍ରା

Published By : Ankita S | March 13, 2025 2:13 PM

ନୂଆଦିଲ୍ଲୀ,୧୩/୦୩: ସଫଳତା ପଛରେ ଗୋଟିଏ ସଂଘର୍ଷମୟ କାହାଣୀ ଥାଏ । ଆଉ ସେହି କାହାଣୀ ପ୍ରେରଣା ପାଲଟେ । ଆଜି ଆମେ ଏକ କାହାଣୀ କହିବୁ ଯିଏ ସଂଘର୍ଷ ଓ ସଫଳତାର ଏକ କାହାଣୀ ଲେଖିଛନ୍ତି । ଆଇପିଏସ୍ ଅଫିସର୍‌ ପ୍ରେମସୁଖ ଡେଲୁଙ୍କ ଜୀବନ ସହ ଏହା ଏକଦମ୍ ଖାପ ଖାଉଛି । ଯାହାଙ୍କ ପାଖରେ ହାରିଛି ଦାରିଦ୍ରତା । ଜିତିଛି ସଂଘର୍ଷ । ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ବାପା ଓଟଗାଡି ଚଲାନ୍ତି । ହେଲେ କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ସଫଳତାର କାହାଣୀ ଲେଖିଛନ୍ତି ପ୍ରେମସୁଖ । ୬ ବର୍ଷରେ ୧୨ଟି ସରକାରୀ ଚାକିରି । ଭିଲେଜ୍ ଅଫିସରରୁ ଆଇପିଏସ । ଆସନ୍ତୁ ଜାଣିବା ପ୍ରେମସୁଖ ଡେଲୁଙ୍କ ସଂଘର୍ଷ ଓ ସଫଳତାର ଯାତ୍ରା ସମ୍ପର୍କରେ ।

ରାଜସ୍ଥାନ ବିକାନେର ଜିଲ୍ଲାରେ ଛୋଟିଆ ଗାଁ ରାଇସର । ଏକ ଚାଷୀ ପରିବାରରେ ୧୯୮୮ ଏପ୍ରିଲ ୨୮ ତାରିଖରେ ପ୍ରେମସୁଖ ଡେଲୁଙ୍କ ଜନ୍ମ । ସରକାରୀ ସ୍କୁଲରେ ଦଶମ ଯାଏ ପାଠ ପଢିଥିଲେ । ମେଧାବୀ ଛାତ୍ର ଥିଲେ ପ୍ରେମସୁଖ । ଏମଏରେ ଗୋଲ୍ଡ ମେଡାଲିଷ୍ଟ ଥିଲେ । ପରିବାର ଚଳାଇବାକୁ ପ୍ରେମସୁଖଙ୍କ ବାପା ଓଟଗାଡି ଚଲାନ୍ତି । ଯାହା ରୋଜଗାର ହୁଏ ପରିବାର ଚଳେ । ବାପାଙ୍କୁ କାମରେ ମଧ୍ୟ ସାହାଯ୍ୟ କରନ୍ତି ପ୍ରେମସୁଖ । ଆର୍ଥିକ ସ୍ଥିତି ଭଲ ନଥିଲେ ବି ସ୍ୱପ୍ନ ଦେଖିବା ଛାଡି ନଥିଲେ ସେ । ୨୦୧୦ରେ ଗ୍ରାଜୁଏସନ୍ ସରିବା ପରେ ଭିଲେଜ୍ ଆକାଉଣ୍ଟାଣ୍ଟ ପାଇଁ ଆବେଦନ କରିଥିଲେ । ଦରିଦ୍ରତାକୁ ହରାଇ ଦିନରାତି ଏକ କରି କଠିନ ପରିଶ୍ରମ ବଳରେ ଭିଲେଜ୍‌ ଆକାଉଣ୍ଟାଣ୍ଟ୍ ପରୀକ୍ଷା ପାସ୍ କରିଥିଲେ । ଏହା ପରେ ବି ପାଠପଢା ଜାରି ରଖିଥିଲେ । ଦୁନିଆର ସବୁଠୁ କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସ୍‌ସି କ୍ରାକ୍ କରିଥିଲେ । ୨୦୧୫ରେ ଦ୍ବିତୀୟ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଥିଲେ । ୧୭୦ ରାଙ୍କ ରଖିଥିଲେ । ପ୍ରେମସୁଖଙ୍କ ଭାଇ ରାଜସ୍ଥାନ ପୋଲିସର କନଷ୍ଟେବଳ ଅଛନ୍ତି । ସେ ତାଙ୍କୁ ଏହି ପରୀକ୍ଷା ଦେବାକୁ କହିଥିଲେ । ବଡ ଭାଇଙ୍କୁ ପ୍ରେରଣା ମାନନ୍ତି ପ୍ରେମସୁଖ । ୬ ବର୍ଷରେ ୧୨ଟି ସରକାରୀ ଚାକିରି ଛାଡି ଆଇପିଏସ ଆଫିସର ହୋଇଛନ୍ତି ପ୍ରେମସୁଖ ।

ପ୍ରେମସୁଖ କୁହନ୍ତି ଜୀବନକୁ ଯଦି କିଛି ବଦଳାଇପାରେ ତାହା ହେଉଛି ପାଠ । ଏତେ ସମସ୍ୟା ଭିତରେ ବି ହାରିନଥିଲେ ପ୍ରେମସୁଖ । ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ନିଜ ଭାଗ୍ୟ ବଦଳାଇ ଦେଇଥିଲେ । ସତରେ ପ୍ରେମସୁଖଙ୍କ ଏ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇବ ଆଇପିଏସ୍ ପ୍ରେମସୁଖଙ୍କର ଏହି ସଂଘର୍ଷ ଓ ସଫଳତାର କାହାଣୀ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.