ବ୍ରହ୍ମପୁର ୧୪/୧୧: ଆଜି ବିଶ୍ୱ ମଧୁମେହ ଦିବସ। ଦେଶ ଏବଂ ରାଜ୍ୟରେ ଦିନକୁ ଦିନ ମଧୁମେୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେମିତି ହେବ ଏହାର ନିରାକରଣ ? ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ସମ ହସ୍ପିଟାଲ ଶୀତଳାପଲ୍ଲୀ ଆଗକୁ ଆସିଛି। କରିଛି ନିଆରା ପ୍ରୟାସ।

ସମ ହସ୍ପିଟାଲ ଶୀତଳାପଲ୍ଲୀ ପକ୍ଷରୁ ବିଶ୍ୱ ମଧୁମେହ ଦିବସରେ ଲୋକଙ୍କୁ ସଚେତନ କରାଯାଇଛି। ବ୍ରହ୍ମପୁର ଗାନ୍ଧୀ ନଗର ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ମଧୁମେହ ରୋଗର କିପରି ହେବ ନିରାକରଣ ? କଣ ସବୁ ପନ୍ଥା ଅବଲମ୍ବନ କରିବେ ? ଏସବୁ ଉପରେ ଲୋକଙ୍କୁ ସଚେତନ କରିଥିବା କହିଛନ୍ତି ହସ୍ପିଟାଲ କତୃପକ୍ଷ। ହସ୍ପିଟାଲର ବହୁ କର୍ମଚାରୀ, ଡାକ୍ତର, ଷ୍ଟାଫ୍ ଏଥିରେ ଯୋଗ ଦେଇ ସଚେତନତା କରିଥିଲେ। ମଧୁମେହ ରୋଗୀ ଜୀବନଶୈଳୀରେ ପରିବରର୍ତ୍ତନ ସହ ଖାଦ୍ୟ ପାନୀୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି ଡାକ୍ତର।

ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରି ରାମଲିଙ୍ଗେଶ୍ୱର ପାର୍କ ନିକଟରେ ପହଞ୍ଚିଥିଲା। ଏଠାରେ ସ୍ୱାସ୍ଥ୍ୟ ଚେକଅପ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ବହୁ ସଂଖ୍ୟାରେ ଯୋଗ ଦେଇ ସହରବାସୀ ସ୍ୱାସ୍ଥ୍ୟ ଚେକଅପ କରିଥିଲେ। ସୁଗାର, ରକ୍ତଚାପ ଭଳି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମଧୁମେହ ରୋଗ ପ୍ରାୟତଃ ସମସ୍ଥଙ୍କୁ ଆକ୍ରାନ୍ତ କରିଥିବା ବେଳେ ସମ ହସ୍ପିଟାଲର ଏଭଳି ନିଆରା ପ୍ରୟାସକୁ ସମସ୍ଥେ ପ୍ରଶଂସା କରିଛନ୍ତି।

ସହରବାସୀ ମଧୁମେହ ରୋଗ ପ୍ରତି ସଚେତନ ହୋଇ ଏହାର ନିରାକରଣ ଦିଗରେ ସତର୍କତା ଅବଲମ୍ବନ କରିବେ ବୋଲି ଆଶା କରୁଥିବା ବେଳେ ସମ ହସ୍ପିଟାଲର ଏଭଳି ନିଆରା ପଦକ୍ଷେପକୁ ସମସ୍ଥେ ବେଶ ପ୍ରଶଂସା କରିଛନ୍ତି।