ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ ସମ୍ମାନ : ସମ୍ ଅଲ୍ଟିମେଟ ମେଡିକେୟାର, ସମ୍ ହସ୍ପିଟାଲ୍ ଭୁବନେଶ୍ୱର, ଫୁଲନଖରା ଓ ଶୀତଳାପଲ୍ଲୀ କ୍ୟାମ୍ପସ୍ ସମ୍ବର୍ଦ୍ଧିତ

Published By : Suraj Kumar | February 3, 2025 8:51 PM

ଭୁବନେଶ୍ୱର, ୩।୨: ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତାଠାରେ ଗତ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ ନେଟୱାର୍କ ଡିଜିଟାଲ୍‌ର ପ୍ରେସିଡେଣ୍ଟ ଓ ସିଓଓ ରୋହିତ ଚଢ଼ା ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । 

ସେହିପରି ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାକୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ଭାବେ ସମ୍ମାନିତ କରାଯାଇଛି।   ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଶୀତଳାପଲ୍ଲୀ (ବ୍ରହ୍ମପୁର)କୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ଇମର୍ଜିଂ ହସ୍ପିଟାଲ୍ ଭାବେ ମନୋନୀତ କରାଯାଇ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଓଲୋଜି, ଅଙ୍କୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ହେମାଟୋଲୋଜି ଏବଂ ନେଫ୍ରୋଲୋଜି ବିଭାଗକୁ ସେହି କ୍ୟାଟେଗୋରୀରେ ଓଡ଼ିଶାର ଶ୍ରେଷ୍ଠ ବିଭାଗ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । 

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାର ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ । 

ଏହି ସମ୍ମାନଗୁଡ଼ିକୁ ବଲିଉଡ୍ ଅଭିନେତା ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ‘ହିରାମଣ୍ଡି’ ସିରିଜ୍‌ର ଫେମ୍ ତାରା ଶାହା ବଦୁଶାହା, ବିଶିଷ୍ଟ ଭାରତୀୟ ସିନେମା ପ୍ରଯୋଜିକା, ନିର୍ଦ୍ଦେଶିକା, ଲେଖିକା ନନ୍ଦିତା ରାୟ ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଓ ଲେଖକ ଶିବପ୍ରସାଦ ମୁଖାର୍ଜୀ ଏବଂ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା ପ୍ରଦାନ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.